ଆଜି ପବିତ୍ର ଗଣେଶ ଚତୁର୍ଥୀ: ଜାଣନ୍ତୁ ଆଜିର ୫ଟି ଶୁଭ ମୁହୂର୍ତ୍ତ

ଆଜି ପବିତ୍ର ଗଣେଶ ପୂଜା । ଗଣେଷ ଚତୁର୍ଥୀରେ ଧରା ପୃଷ୍ଠରେ ଅବତରଣ କରିବେ ଗଜାନନ । ପୂଜାକୁ ନେଇ ଉତ୍ସବ ଉତ୍ସବ ମୁଖର ଗାଁଠୁ ସହର। ଗଣେଶ ଜ୍ଞାନଦାତା, ବିଦ୍ୟାଦାତା, ବିଘ୍ନ ବିନାଶକାରୀ ପ୍ରଭୁ ଗଣନାଥ ଭାବେ ସର୍ବବିଦିତ । ଆବାଳବୃଦ୍ଧ ବନିତା ସମସ୍ତେ ତାଙ୍କୁ ପୂଜା କରନ୍ତି । ଗଣେଶ ହେଉଛନ୍ତି ଜ୍ଞାନ ଓ ପ୍ରଜ୍ଞାର ପ୍ରତୀକାତ୍ମକ ବିଗ୍ରହ । ଛାତ୍ରଛାତ୍ରୀ, ପଣ୍ଡିତ ଓ ବୁଦ୍ଧିଜୀବୀମାନେ ହାତ ଯୋଡ଼ି ତାଙ୍କ ପାଖରେ ଜ୍ଞାନ ଭିକ୍ଷା କରନ୍ତି । ଭାଦ୍ରବ ମାସର ଚତୁର୍ଥୀ ତିଥିରେ ପବିତ୍ର ଶ୍ରୀଗଣେଶ ଚତୁର୍ଥୀ । ଛାତ୍ରଛାତ୍ରୀମାନଙ୍କ ନୂତନ ବିଦ୍ୟାରମ୍ଭର ଏହି ଦିନ ହୋଇଥାଏ ।

ସେ ସିଦ୍ଧି, ସମୃଦ୍ଧି ଓ ଜ୍ଞାନର ଭଣ୍ଡାର । ହିନ୍ଦୁ ଧର୍ମରେ କୌଣସି ବି ଶୁଭ କାର୍ଯ୍ୟ ହେଉ ନା କାହିଁକି ତା ପୂର୍ବରୁ ଅଗ୍ରପୂଜ୍ୟ ଗଣନାଥଙ୍କୁ ପୂଜା କରାଯାଏ। ଗଣେଶଙ୍କ ଧ୍ୟାନ, ଜପ ଓ ଆରଧନା ଦ୍ବାରା ସମସ୍ତ କାର୍ଯ୍ୟ ନିର୍ବିଘ୍ନରେ ପୂର୍ଣ୍ଣ ହୋଇଥାଏ ବୋଲି ବିଶ୍ବାସ ରହିଛି । ସେଇଥି ପାଇଁ ତ ସେ ବିଘ୍ନବିନାଶକ ଆଉ ବିଘ୍ନହର୍ତ୍ତା । ବିବାହ ହେଉ କି ବ୍ରତ ଘର କି ଘର ପ୍ରତିଷ୍ଠା ସବୁଥିରେ ତାଙ୍କୁ ପୂଜା କରାଯାଏ । ସେ ସର୍ବତ୍ର ବିଦ୍ୟମାନ । ଆଜି ସମସ୍ତଙ୍କ ମନରେ ଉତ୍ସାହ । କେଉଁଠି ଗଣେଶଙ୍କ ବିଶାଳ ମୂର୍ତ୍ତି ,ତ ଆଉ କେଉଁଠି ବିରାଟ ପେଣ୍ଡାଲ, ରଙ୍ଗୀନ ଆଲୋକମାଳାରେ ସଜେଇ ହୋଇଛି ପୂଜା ମଣ୍ଡପ ।

ସେ ବିଦ୍ୟା ବୁଦ୍ଧିଦାତା । ତେଣୁ ବିଶେଷ କରି ଶିକ୍ଷାନୁଷ୍ଠାନମାନଙ୍କରେ ଶ୍ରୀଗଣେଶଙ୍କ ପୂଜାର୍ଚ୍ଚନା ମହାଆଡମ୍ବରରେ ଆୟୋଜିତ ହୋଇଛି । ଗଣେଶଙ୍କୁ ମୁଖ୍ୟତଃ ରାଶିଲଡୁ, ମୋଦକ, କଦଳୀ ଆଦି ଭୋଗ ଲାଗି ହୋଇଥାଏ । ରାଜ୍ୟ ସମେତ ଦେଶର କୋଣ ଅନୁକୋଣରେ ଗଣେଶ ପୂଜାର ଉତ୍ସବ ଦେଖିବାକୁ ମିଳିଛି । ମହାରାଷ୍ଟ୍ରରେ ଏହା ଏକ ଗଣପର୍ବ।

ଗଣେଶଙ୍କ ପୂଜାର ଶୁଭ ମୁହୂର୍ତ୍ତ :

ଗଣପତିଙ୍କ ପ୍ରତିଷ୍ଠର ୫ ଶୁଭ ମୁହୂର୍ତ୍ତ ରହିଛି । ଏଥିରେ ପୂର୍ବାହ୍ନ ୧୧ଟା ୨୦ରୁ ଅପରାହ୍ନ ୧ଟା ୨୦ ସବୁଠାରୁ ଶୁଭ ମୁହୂର୍ତ୍ତ । ଏହା ବ୍ୟତୀତ ଅନ୍ୟ ୪ଟି ମୁହୂର୍ତ୍ତ ମଧ୍ୟ ରହିଛି । ଏଗୁଡ଼ିକ ହେଲା ସକାଳ ୬ଟାରୁ ୯ଟା, ପୂର୍ବାହ୍ନ ୧୦ଟା ୩୦ରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ, ଅପରାହ୍ନ ସାଢ଼େ ୩ଟାରୁ ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ଏବଂ ସନ୍ଧ୍ୟା ୬ଟାରୁ ୭ଟା ଯାଏଁ ।

ଭଗବାନ ଗଣେଶଙ୍କ ପୂଜାରେ କୁମକୁମ, ଅକ୍ଷତ, ଅଷ୍ଟଗନ୍ଧ, ଗଂଗାଜଳ, ଚନ୍ଦନ, ବସ୍ତ୍ର, ପଂଚାମୃତ, ମୌଳି, ଫଳ, ମୋଦକ, ଲଡ୍ଡୁ, ଦୁବ, ଘିଅର ଦୀପ, ହାର-ଫୁଲ, ଧୂପ ଆଦି ଅର୍ପଣ କରାଯାଇଥାଏ । ଯଦି ଏଗିଡ଼ିକ ଜୁଟାଇବା ସମ୍ଭବ ହୋଇ ନଥାଏ ଚୌକିରେ ସ୍ୱସ୍ତିକ କରି କିଛି ଚାଉଳ ରଖନ୍ତୁ । ଏହାରି ଉପରେ ସୁପାରୀ ଦିଅନ୍ତୁ । ଭଗବାନଙ୍କୁ ମୋଦକ ଓ ଦୁର୍ବା ଅର୍ପିତ କରନ୍ତୁ । କାରଣ ଏହି ୨ଟି ଜିନିଷ ବିନା ପୂଜାର ବିଧି ପୂରଣ ହୋଇପାରେ ନାହିଁ । ଗଣେଶଙ୍କୁ ତୁଳସୀ ଓ ଶଙ୍ଖଳ ଜଳ ଚଢ଼ାନ୍ତୁ ନାହିଁ । ଏହା ଅଶୁଭ ହୋଇଥାଏ ।

ଗଣେଶଙ୍କ ପୂଜା ବିଧି

ଅନେକ ସ୍ଥାନରେ ଗଣେଶ ଜୀଙ୍କର ପାଣ୍ଡ୍ୟାଲ ସୌନ୍ଦର୍ଯ୍ୟମୟ ହୋଇଥାଏ । ଏହି ୧୦ ଦିନ ପାଇଁ ବାପ୍ପାଙ୍କୁ ପ୍ରସନ୍ନ କରିବା ପାଇଁ ଭଗବାନ ଗଣେଶଙ୍କୁ ବିଧି ବିଧାନ ଦ୍ୱାରା ପୂଜା କରାଯାଏ । ପରମ୍ପରା ରହିଛି ଯେ ବିଧି ଅନୁଯାୟୀ ବାପ୍ପାଙ୍କୁ ପୂଜା କଲେ ଘରେ ରିଦ୍ଧି ସିଦ୍ଧି ଓ ସମୃଦ୍ଧି ଆସିଥାଏ । ଗଣେଶଙ୍କୁ ଖୁସି କରିବା ପାଇଁ ଏହି ଜିନିଷଗୁଡିକ ଚଢ଼ାନ୍ତୁ ।

୧. ମୋଦକ: – ଭଗବାନ ଗଣେଶଙ୍କୁ ମୋଦକ କିମ୍ବା ମୋତିଚୁରର ଲଡୁର ଭୋଗ ଲଗାଇବା ଉଚିତ୍ ।

୨. ଦୁର୍ବ ଘାସ: – ଭଗବାନ ଶ୍ରୀ ଗଣେଶଙ୍କୁ ଖୁସି କରିବା ପାଇଁ ଦୁର୍ବା ଘାସ ଅର୍ପଣ କରାଯିବା ଉଚିତ୍ ।

୩. ସିନ୍ଦୁର: – ଭଗବାନ ଗଣେଶଙ୍କୁ ସିନ୍ଦୁରର ତିଳକ କରିବା ଶୁଭ ବୋଲି ବିବେଚନା କରାଯାଏ ।

୪. କଦଳୀ: – ଭଗବାନ ଗଣେଶଙ୍କୁ ପ୍ରସାଦରେ କଦଳୀ ଦେବା ପ୍ରଥା ରହିଛି ।

୫. କ୍ଷୀରୀ: – ପୌରାଣିକ ମାନ୍ୟତା ଅନୁଯାୟୀ ମହାଦେବ କ୍ଷୀରୀଙ୍କୁ ବହୁତ ଭଲ ପାଆନ୍ତି ଓ ଯେତେବେଳେ ଦେବୀ ପାର୍ବତୀ କ୍ଷୀରୀ କରନ୍ତି, ସେତେବେଳେ ଭଗବାନ ଗଣେଶ ଏହାକୁ ବହୁତ ଖୁସିରେ ଖାଇଥା’ନ୍ତି । ତେଣୁ ପୂଜାରେ କ୍ଷୀରୀଙ୍କୁ ମଧ୍ୟ ଅର୍ପଣ କରାଯିବା ଉଚିତ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.