Below header

ରାଉରକେଲାରୁ ୧୫ କରୋନା  ଆକ୍ରାନ୍ତ ଚିହ୍ନଟ, ସମସ୍ତେ ଦିଲ୍ଲୀରୁ ଫେରିଥିଲେ

ସୁନ୍ଦରଗଡ(କେନ୍ୟୁଜ୍): ରାଉରକେଲାରୁ ୧୫ କରୋନା  ଆକ୍ରାନ୍ତ ଚିହ୍ନଟ। ବୀରମିତ୍ରପୁର କ୍ବାରେଣ୍ଟାଇନ ସେଣ୍ଟରରୁ ୧୪ ଜଣ । ସେହିପରି କୁଆଁରମୁଣ୍ଡାରୁ ଜଣେ  କରୋନା ଆକ୍ରାନ୍ତ ଚିହ୍ନଟ  ହୋଇଛନ୍ତି। ସମସ୍ତ ଆକ୍ରାନ୍ତ ଦିଲ୍ଲୀରୁ ଫେରି କ୍ବାରେଣ୍ଟାଇନ ସେଣ୍ଟରରେ ଥିଲେ ବୋଲି ସୂଚନା ଦେଇଛନ୍ତି ଉପ ଜିଲ୍ଲାପାଳ। ସକାଳେ  ସୁନ୍ଦରଗଡରୁ ୭ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିଲେ ।

କହିରଖୁଛୁ କି ରାଜ୍ୟରେ ଆଉ ୨୫୧ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୩୧୬ ରେ ପହଞ୍ଚିଲା । ଏମାନଙ୍କ ଭିତରୁ କ୍ୱାରେଣ୍ଟାଇନ ସେଣ୍ଟରରୁ ୨୦୮ ଓ ସ୍ଥାନୀୟ ଅଞ୍ଚଳରୁ ୪୩ ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ୍ ୧୯ଟି ଜିଲ୍ଲାରୁ ୨୫୧ ପଜିଟିଭ ଚିହ୍ନଟ ହୋଇଛନ୍ତି ।

ଏମାନଙ୍କ ଭିତରୁ ଗଞ୍ଜାମରୁ ସର୍ବାଧିକ ୧୦୨ଜଣ ଚିହ୍ନଟ ହୋଇଥିବାବେଳେ, ଅନୁଗୁଳରୁ ୧, ବାଲେଶ୍ୱରୁ ୨, ବରଗଡରୁ ୧୨, ବଲାଙ୍ଗୀରରୁ ୪, କଟକରୁ ୩୨, ଦେବଗଡରୁ ୪, ଗଜପତିରୁ ୬, ଝାରସୁଗୁଡାରୁ ୫, କେନ୍ଦ୍ରାପଡାରୁ ୪, ଖୋର୍ଦ୍ଧାରୁ ୨୬, ମାଲକାନଗିରିରୁ ୧୦, ମୟୂରଭଞ୍ଜରୁ ୫, ନୟାଗଡରୁ ୧୪, ପୁରୀରୁ ୧୨, ସମ୍ବଲପୁରରୁ ୨, ସୋନପୁରରୁ ୧, ସୁନ୍ଦରଗଡରୁ ୭, ଯାଜପୁରରୁ ୧ ଓ ଏନଡିଆରଏଫର ଜଣେ କର୍ମଚାରୀ ଚିହ୍ନଟ ହୋଇଛନ୍ତି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.