Below header

ବିଏମ୍‌ସି ଅପ୍‌ଡେଟ୍‌ : ଭୁବନେଶ୍ୱରରେ ରବିବାର ନୂଆ ସଂକ୍ରମିତଙ୍କ ସଂଖ୍ୟା ୧୫

ଭୁବନେଶ୍ୱର(କେନ୍ୟୁଜ୍‌) :  କରୋନାର ଦ୍ୱିତୀୟ ଲହରି ଆରମ୍ଭ ହୋଇଯାଇଛି । ଦେଶର ବିଭିନ୍ନ ରାଜ୍ୟରେ ସଂକ୍ରମିତଙ୍କ ସଂଖ୍ୟାର ଦ୍ରୁତ ବୃଦ୍ଧକୁ ଲକ୍ଷ୍ୟ କରି ଲକ୍‌ଡାଉନ୍‌ ଆରମ୍ଭ ହୋଇଯାଇଛି । ସେହିପରି ଓଡ଼ିଶାରେ ମଧ୍ୟ କରୋନା କଡ଼ ଲେଉଟେଇଲାଣି । ଭୁବନେଶ୍ୱର ମ୍ୟୁନିସ୍‌ପାଲଟି (ବିଏମ୍‌ସି) ଅଞ୍ଚଳରେ ଆଜି ୨୧ ମାର୍ଚ୍ଚ ରବିବାର ୧୫ ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ  ନୂଆ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।

ରବିବାର ମୋଟ ରିକଭରି ସଂଖ୍ୟା ୧୭ ଥିବା ବେଳେ ଆକ୍ଟିଭ୍‌ କେସ୍‌ ୭୯ ବୋଲି ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି । ରବିବାର ସୁଦ୍ଧା ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଲୋକାଲ କଣ୍ଟାକ୍ଟ କେସ୍‌ ମଧ୍ୟରୁ ବମିଖାଲ, ଜିଜିପି କଲୋନୀ, ନାଗେଶ୍ୱର ଟାଙ୍ଗୀ, ଓଲ୍ଡ ଟାଉନ,ସାମନ୍ତରାପୁର ଓ ରାଜଭବନ ଅଞ୍ଚଳରୁ ଜଣେ ଲେଖାଏଁ କରୋନା ସଂକ୍ରମିତ ଜଣାପଡ଼ିଥିବା ବେଳେ ପଟିଆ, କଳିଙ୍ଗନଗର ଓ ରସୁଲଗଡ଼ରୁ ୨ ଜଣ ଏବଂ ଶୈଳେଶ୍ରୀ ବିହାରରୁ ୩ ଜଣ କରୋନା ସଂକ୍ରମିତ ଜଣାପଡ଼ିଛନ୍ତି ବୋଲି ବିଏମ୍‌ସି ସୂତ୍ରରୁ ଜଣାପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.