Below header

Google Maps ଲଞ୍ଚ୍‌ କଲା ଡାର୍କ ମୋଡ୍‌, କେବଳ ଆଣ୍ଡ୍ରଏଡ୍‌ ୟୁଜର୍ସ ହିଁ ଉଠାଇପାରିବେ ଲାଭ

ଆଣ୍ଡ୍ରଏଡ୍‌ ୟୁଜର୍ସଙ୍କ ପାଇଁ ଖୁସି ଖବର। ଗୁଗଲ ଏବେ ଗୁଗଲ ମ୍ୟାପ୍‌ରେ ନୂଆ ଫିଚର ରୋଲ ଆଉଟ୍‌ କରିଛି। ଏହି ନୂଆ ଫିଚର ଆସିବା ପରେ ୟୁଜର ଗୁଗଲ ମ୍ୟାପ୍‌କୁ ଡାର୍କ ମୋଡ୍‌ କରିପାରିବେ। ଏ ନେଇ ନିକଟରେ ସୂଚନା ଦେଇଛି ଗୁଗଲ। ଗତବର୍ଷ ସେପ୍ଟେମ୍ବରରୁ ଗୁଗଲ ଡାର୍କ ମୋଡ୍‌ ଫିଚରର ଟେଷ୍ଟିଂ ଆରମ୍ଭ କରିଥିଲା। ଏବେ ଏହାକୁ ରୋଲ୍‌ ଆଉଟ୍‌ କରିଛି।

ଏଠାରେ ଡାର୍କ ମୋଡ୍‌ର ଅର୍ଥ ନାଇଟ୍‌ ମୋଡ୍‌। ଏହି ଫିଚର ୟୁଜରଙ୍କ ଆଖିକୁ ଆରାମ ଦେବ ଓ ମୋବାଇଲର ବ୍ୟାଟେରୀର ଲାଇଫ୍‌କୁ ବୃଦ୍ଧି କରିବାରେ ସାହାଯ୍ୟ କରିବ।

Google

ଡାର୍କ ଥିମ୍‌କୁ ଆକ୍ଟିଭ୍‌ କରିବା ପାଇଁ ଆପଣଙ୍କୁ କେବଳ ନିଜ ମ୍ୟାପ୍‌ ଆଇକନ୍‌କୁ ଗୁଗଲ ମ୍ୟାପ୍‌ର ଡାହାଣ ପଟ ଉପରେ ଟ୍ୟାପ୍‌ କରିବାକୁ ହେବ। ଏହା ପରେ କନ୍‌ଫ୍ୟୁଗିରେସନ୍‌ ଲିଷ୍ଟରେ ଥିମ୍‌ ସେଟିଂରେ ଟ୍ୟାପ୍‌ କରିବାକୁ ପଡ଼ିବ। ଏହା ପରେ ଡାର୍କ ମୋଡ୍‌କୁ ଆକ୍ଟିଭ୍‌ କରିବାକୁ ଅପସନ୍‌ ଚୟନ କରିବାକୁ ପଡ଼ିବ।

ଗୁଗଲ ମୁତାବକ, ଏହି ଫିଚରକୁ ଆକ୍ସେସ୍‌ କରିବା ପାଇଁ ୟୁଜର୍ସଙ୍କୁ ଆଣ୍ଡ୍ରଏଡ୍‌ ଓଏସ୍‌ର ଲାଟେଷ୍ଟ ଭର୍ସନ ଅର୍ଥାତ୍‌ ୧୦.୬୧.୨ କୁ ଡାଉନ୍‌ଲୋଡ୍‌ କରିବାକୁ ପଡ଼ିବ। କେବଳ ଏତିକି ନୁହେଁ, ଆଣ୍ଡ୍ରଏଡ୍‌ ହ୍ୟାଣ୍ଡସେଟ୍‌ ପାଇଁ ପାସ୍‌ଓ୍ଵାର୍ଡ ଚେକ୍‌ଅପ୍‌ ସୁବିଧା ମଧ୍ୟ ଉପଲବ୍ଧ କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.