କେନ୍ଦୁଝର : ବନ୍ଦ ଘରୁ ମହିଳାଙ୍କ ମୃତ ଦେହ ଉଦ୍ଧାର, ହତ୍ୟା ସନ୍ଦେହ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ଜିଲ୍ଳା ବାରିଆ ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ  ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହ ଉଦ୍ଧାର କରିବା ସହ ତଦନ୍ତ ଆରମ୍ଭ କରିଛି ।
ସୂଚନାନୁଯାୟୀ , କେନ୍ଦୁଝର ଜିଲ୍ଲା ବାରିଆ ଥାନା ଅନ୍ତର୍ଗତ ଜ୍ୟୋତିପୁର ଗ୍ରାମରେ ବନ୍ଦ ଘରୁ ସବିତା ନାୟକ ନାମକ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି । ଆଜି ସକାଳୁ ସ୍ଥାନୀୟ କିଛି ଲୋକ ସବିତାଙ୍କ ଘର ବନ୍ଦ ଥିବା ବେଳେ ସେ ଘରୁ ନବାହାରିବା ନେଇ ସନ୍ଦେହ କରିଥିଲେ । ଏନେଇ ସ୍ଥାନୀୟ ସରପଞ୍ଚଙ୍କୁ ଜଣାଇଥିଲେ ।

ସରପଞ୍ଚଙ୍କ ନେତୃତ୍ୱରେ ଗ୍ରାମବାସୀ ଘରେ ପଶି ଦେଖିବାରୁ ସବିତା ମୃତ ଅବସ୍ଥାରେ ଖଟ ଉପରେ ପଡି ରହିଥିଲେ । ଖଟ ଉପରେ ପଡ଼ିଥିବା କମଳ ଟି ସବିତା ଙ୍କ ମୁହଁରେ ରହିଥିବା ଦେଖିବାକୁ ମିଳିଥିଲା । ଏଥରୁ ତାଙ୍କୁ ଶ୍ୱାସରୁଦ୍ଧ କରି ହତ୍ୟା କରାଯାଇଥିବା ନେଇ ସନ୍ଦେହ କରାଯାଇଥିଲା । ଏହାପରେ ବାରିଆ ପୋଲିସକୁ ଖବର ଦେବା ପରେ ସେ ଘଟଣାସ୍ଥଳରେ ପହଞ୍ଚି ମୃତ ଦେହକୁ ଉଦ୍ଧାର କରିଛି । ମୃତର କାରଣ ଅସ୍ପଷ୍ଟ ଥିବା ବେଳେ ପୋଲିସ ତଦନ୍ତ ଆରମ୍ଭ କରିଛି ।

Leave A Reply

Your email address will not be published.