କେନ୍ଦୁଝର: ହରିଣ ଶିକାର ଅଭିଯୋଗରେ ୫ ଗିରଫ ପରେ କୋର୍ଟ ଚାଲାଣ

କେନ୍ଦୁଝର(କେନ୍ୟୁଜ୍‌) : କେନ୍ଦୁଝର ସଦର ବନାଞ୍ଚଳ ଅନ୍ତର୍ଗତ ଓସ୍ତପଙ୍ଗା ନିକଟରେ ଏକ ହରିଣକୁ ଶିକାର କରିବା ନେଇ ୫ ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ସୂଚନାନୁଯାୟୀ, ଗତକାଲି ଅପରାହ୍ନରେ ଶିକାର ଲକ୍ଷ ରେ କିଛି ଗାଁ ର ଲୋକେ ଜଙ୍ଗଲକୁ ଯାଇଥିଲେ । ଜଙ୍ଗଲରେ ନିଆଁ ଲଗାଇବା ଦ୍ୱାରା ହରିଣ ଟି ଜଙ୍ଗଲ ବାହାରକୁ ପଳାଇ ଆସିଥିଲା । ପରେ ହରିଣକୁ ଲୋକମାନେ ପଛରୁ ଶିକାରୀ କୁକୁର ସାହାଯ୍ୟରେ ଘଉଡାଇବା ସହ କିଛି ଲୋକ ସାମ୍ନା ପଟୁ ଆକ୍ରମଣ କରି ହତ୍ୟା କରିଥିଲେ ।

କେନ୍ଦୁଝର ସଦର ବନାଞ୍ଚଳ ଅନ୍ତର୍ଗତ ଓସ୍ତପଙ୍ଗା ନିକଟସ୍ଥ ଗୋଳିଆ ନାଳ ସାହି ନିକଟରେ ଏହି ହରିଣକୁ ଶିକାର କରାଯାଇଛି । ହରିଣର ମୃତ ଦେହକୁ ଘରେ ରଖିଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଘରେ ରେଡ଼ କରିଥିଲା । ବନ ବିଭାଗ ହରିଣର ମୃତ ଦେହକୁ ଉଦ୍ଧାର କରିବା ସହ ଏହି ଘଟଣା ରେ ସମୃକ୍ତ ୫ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.