କୁଣ୍ଡପାଟଣା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ, ଜଳିଗଲା ୧୦ ବଖରାରୁ ଅଧିକ ଘର

ଯାଜପୁର(କେନ୍ୟୁଜ୍‌) :  ଯାଜପୁର ଜିଲ୍ଲା ରସୁଲପୁର ବ୍ଲକ ରାଉତରାପୁର ପଞ୍ଚାୟତ କୁଣ୍ଡପଟଣା ଗ୍ରାମରେ ଘଟିଯାଇଛି ଭୟାବହ ଅଗ୍ନିକାଣ୍ଡ । ଏଥିରେ ୧୦ରୁ ଅଧିକ ବଖରା ଘର ଜଳିଯାଇଛି । ଗ୍ୟାସ ଟାଙ୍କି ଫାଟିବାରୁ ଏହି ନିଆଁ ଲାଗିଥିବା ଜଣାଯାଇଛି ।

house on fire

ଖବର ପାଇ ଚଣ୍ଡିଖୋଲ ଓ କୁଆଖିଆ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି। ତେବେ କେତେ ପରିମାଣର କ୍ଷୟକ୍ଷତି ହୋଇଛି ତାହା ଆକଳନ ପରେ ଜଣାପଡିବ ବୋଲି କହିଛନ୍ତି ଚଣ୍ଡିଖୋଲ ଅଗ୍ନିଶମ ବାହିନୀ ଅଧିକାରୀ।

Leave A Reply

Your email address will not be published.