ରାଜଧାନୀରେ ପୁଣି କଳା ପଲ୍‌ସର ଆତଙ୍କ, ଯୁବତୀଙ୍କ ପିଛା କରି ଲୁଟିନେଲେ ମୋବାଇଲ୍‌ ଓ ଭ୍ୟାନିଟି

ଭୁବନେଶ୍ୱର(କେନ୍ୟୁଜ୍‌) : ରାଜଧାନୀରେ ପୁଣି ଦେଖାଦେଇଛି କଳା ପଲସରର ଆତଙ୍କ । ତିନି ଜଣ ଲୁଟେରା ଯୁବତୀଙ୍କୁ ପିଛା କରି ଲୁଟିନେଇଛନ୍ତି ତାଙ୍କର ମୋବାଇଲ ଏବଂ ଭ୍ୟାନିଟ ବ୍ୟାଗ୍‌ । ଏହି ଯୁବତୀ ଜଣକ ହେଲେ ଜଣେ ଟିଭି ଆଙ୍କର । ତାଙ୍କ ନାମ ଗୁଡି ।

ସେ ଗତକାଲି ଡାକ୍ତରଖାନାରୁ ଫେରୁଥିବା ସମୟରେ ମାଉସୀ ମା ଛକ ନିକଟରେ ତାଙ୍କୁ ୩ ଜଣ ଲୁଟେରା ପିଛା କରିଥିଲେ । ପରେ ତାଙ୍କ ପାଖରେ ଥିବା ଭ୍ୟାନିଟ ଏବଂ ମୋବାଇଲ କୁ ଛଡାଇ ଥିଲେ । ସହଜରେ ଯୁବତୀ ଜଣକ ଛାଡି ନଥିଲେ ନିଜ ମୋବାଇଲକୁ ।

ହେଲେ ଲୁଟେରା ଚାପୁଡାଏ ପକାଇ ତାଙ୍କ ମୋବାଇଲକୁ ଛଡାଇ ନେଇଥିଲା । ପରେ ଯୁବତୀ ଜଣକ ଲିଙ୍ଗରାଜ ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଂଚି ସିସି ଟିଭି ଆଧାରରେ ତଦନ୍ତ କରୁଥିବା ସୂଚନା ମିଳିଛି ।

Leave A Reply

Your email address will not be published.