କେନ୍ଦୁଝର : ଆତ୍ମହତ୍ୟା କରୁଥିବା ମଦ୍ୟପକୁ ବଞ୍ଚାଇବାକୁ ଯାଇ ଅଗ୍ନିଶମ କର୍ମଚାରୀ ନାକେଦମ୍‌

କେନ୍ଦୁଝର(କେନ୍ୟୁଜ୍‌) :  ଜଣେ ଆତ୍ମହତ୍ୟା କରୁଥିବା ମଦ୍ୟପକୁ ବଞ୍ଚାଇବାକୁ ଯାଇ ନାକେଦମ ହୋଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ । ମଦ୍ୟପର ଆକ୍ରମଣ ପରେ ମଧ୍ୟ ଉକ୍ତ ମଦ୍ୟପକୁ ବଞ୍ଚାଇବାରେ ସଫଳ ହୋଇଛନ୍ତି ଅଗ୍ନିଶମ ବିଭାଗର କର୍ମଚାରୀ ।

ଏମିତି ଘଟଣା ଘଟିଛି କେନ୍ଦୁଝର ସଦର ଥାନା ଶଙ୍କରପୁର ଠାରେ । ଜଣେ ମଦ୍ୟପ କୂଅକୁ ଡେଇଁ ଆତ୍ମହତ୍ୟା କରୁଥିବାବେଳେ ତାକୁ ବଞ୍ଚାଇବାକୁ ଅଗ୍ନିଶମ ବିଭାଗର କର୍ମଚାରୀ ଉଦ୍ୟମ କରିଥିଲେ । ହେଲେ ମଦ୍ୟପ ଜଣକ ଉଦ୍ଧାରକାରୀଙ୍କୁ ଆକ୍ରମଣ କରିବାକୁ ପଛାଇ ନଥିଲେ । ତେବେ ବହୁ ଚେଷ୍ଟା ପରେ ଉକ୍ତ ମଦ୍ୟପକୁ ଅଗ୍ନିଶମ କର୍ମଚାରୀମାନେ ଉଦ୍ଧାର କରିବାରେ ସଫଳ ହୋଇଛନ୍ତି ।

Leave A Reply

Your email address will not be published.