ବିବାହ ବନ୍ଧନରେ ବାନ୍ଧି ହେଲେ ହରମନ୍‌ ବାୱେଜା, ଦେଖନ୍ତୁ ବାହାଘର ବେଳର କିଛି ଦୃଶ୍ୟ

ବିବାହ ବନ୍ଧନରେ ବାନ୍ଧି ହେଲେ ହରମନ୍‌ ବାୱେଜା। ଦୀର୍ଘଦିନର ଗାର୍ଲଫ୍ରେଣ୍ଡ ସାଶା ରାମଚନ୍ଦାନୀଙ୍କୁ ବିବାହ କଲେ ହରମନ୍‌। ଆଜି ଗୁରୁଦ୍ୱାରାରେ ବିବାହ କରିଛନ୍ତି ହରମନ୍‌। ବିବାହ ବେଳର ଫଟୋ ଓ ଭିଡିଓ ଏବେ ସାମ୍ନାକୁ ଆସିଛି।

ଦେଖନ୍ତୁ ବିବାହ ବେଳର କେତେକ ଫଟୋ:

 

View this post on Instagram

 

A post shared by F I L M Y F A N S (@filmyfans_)

 

View this post on Instagram

 

A post shared by Chipku Media (@chipkumedia)

ବିବାହରେ ହରମନ୍‌ ହାଲ୍‌କା ଗୋଲାପୀ ରଙ୍ଗର ଶେରବାନୀ ଓ ଧଳା ରଙ୍ଗର ପଗଡ଼ି ପିନ୍ଧିଛନ୍ତି। ସେହିପରି ସାଶା ସିଲଭର ଓ ମେରୁନ୍‌ କଲର କମ୍ବିନେସନ୍‌ର ଲେହେଙ୍ଗା ପିନ୍ଧିଛନ୍ତି।

ହରମନ୍‌ଙ୍କ ବିବାହରେ ତାଙ୍କ ସମସ୍ତ ସେଲିବ୍ରିଟି ସାଙ୍ଗସାଥୀ ମଧ୍ୟ ଉପସ୍ଥିତ ହୋଇଛନ୍ତି। ଶିଳ୍ପା ସେଟ୍ଟୀ କୁନ୍ଦ୍ରା ବି ଏହି ବିବାହ ଉତ୍ସବରେ ଯୋଗ ଦେଇଛନ୍ତି। ବିବାହ ବେଳର ଭିଡିଓକୁ ଶିଳ୍ପା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସେୟାର କରିଛନ୍ତି। ଭିଡିଓ ସେୟାର କରି ଶିଳ୍ପା ଲେଖିଛନ୍ତି- ବହୁତ ବହୁତ ଶୁଭକାମନା ହରମନ୍‌ ଓ ସାଶା। ଆଶା କରୁଛି ତୁମ ନୂଆ ଜୀବନ ଢେରସାରା ଭଲ ପାଇବା, ଖୁସିରେ ଭରିଯାଉ। ତୁମ ପାଇଁ ବହୁତ ଖୁସି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.