ଲଗାଣ ବର୍ଷାରେ ଧସିଲା ଦେଢଶହ ଫୁଟର ମାଟି ଅତଡା

ଚାନ୍ଦବାଲି(କେନ୍ଯୁଜ୍): ୨ଦିନର ଲଗାଣ ବର୍ଷାରେ ଭଦ୍ରକ ଜିଲ୍ଲା ଆରଡି – ଯାଜପୁର ଜାତୀୟ ରାଜପଥର ବୋଡକଠାରେ ପାଖାପାଖି ଦେଢଶହ ଫୁଟର ମାଟି ଅତଡା ସହ ପଥର ଧସିଥିବାର ଦେଖିବାକୁ ମିଳିଛି । ଯାହାକୁ ନେଇ ଭୟଭୀତ ହୋଇପଡିଛନ୍ତି ସ୍ଥାନୀୟ ଲୋକେ । ଖବର ଅନୁସାରେ ଲଘୁଚାପ ଜନିତ ଲଗାଣ ବର୍ଷା ହେବା ଫଳରେ ଆରଡି-ଯାଜପୁର ମୁଖ୍ଯ ରାସ୍ତାର କୟାଁଗୋଲା ବ୍ରିଜ୍ ନିକଟରେ ରାସ୍ତାକୁ ସୁରକ୍ଷା ଦେବାକୁ ଏନ.ଏଚ ବିଭାଗ ତରଫରୁ ରାସ୍ତା କଢରେ ପଥର ପ୍ୟାକିଂ କରାଯାଇଥିଲା । ହେଲେ ଭଲଭାବେ ପଥରପ୍ୟାକିଂ କରାଯାଇନଥିବାରୁ ଆଜି ସକାଳୁ ପାଖାପାଖି ଦେଢଶହ ଫୁଟର ମାଟି ଅତଡା ସହ କିଛି ପଥର ମଧ ତଳକୁ ଧସିଯାଇଥିଲା । ତେବେ ମାଟି ଅତଡା ଓ ପଥର ଧସିବା ପଳରେ ଉକ୍ତ ରାସ୍ତା ପ୍ରତି ବିପଦ ସୃଷ୍ଟି ହୋଇଥିବା ଲୋକେ ଅଭିଯୋଗ କରିଛନ୍ତି ।

ଏନେଇ ତୁରନ୍ତ ମରାମତି କରାନଗଲେ ଆଗକୁ ଆସୁଥୁବା ଲଘୁଚାପରେ ପୁଣି ବର୍ଷା ହେବା ଫଳରେ ଅଧିକ ଧସିବା ସହ ବିପଦ ସୃଷ୍ଟି କରିବ । ତେଣୁ ଏନ.ଏଚ କତ୍ତୃପକ୍ଷ ଏହାକୁ ଗୁରୁତର ସହ ନେଇ ତୁରନ୍ତ ମରାମତି କରିବାକୁ ଦାବି କରିଛନ୍ତି ସ୍ଥାନୀୟ ଲୋକେ । ଅନ୍ୟପଟେ ଏହି ଧସିବା ସ୍ଥାନକୁ ଲୁଚାଇବାକୁ ଯାଇ ବିଭାଗୀୟ ଅଧିକାରୀ ଏକ ଜରିପାଲ ପକାଇ ସ୍ଥାନକୁ ଘଉଡାଇଥିବାରୁ ଲୋକଙ୍କ ଭିତରେ ଅସନ୍ତୋଷ ଦେଖିବାକୁ ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.