Below header

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା କମଳା, କିସର ୩୦ ହଜାର ପିଲାଙ୍କୁ ଦିଆଯିବ

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା କମଳା। ଭୁବନେଶ୍ବର କିସରେ ପହଞ୍ଚିଲା ନାଗପୁର କମଳା । ଆଜି ନାଗପୁରରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୬ଟନ କମଳା କିସରେ ଆସି ପହଞ୍ଚିଛି ।

କିସ୍ ପିଲାଙ୍କ ପାଇଁ ନାଗପୁରରୁ ପହଞ୍ଚିଲା କମଳା। ଭୁବନେଶ୍ବର କିସରେ ପହଞ୍ଚିଲା ନାଗପୁର କମଳା । ଆଜି ନାଗପୁରରୁ ଏକ ସ୍ୱତନ୍ତ୍ର ଗାଡ଼ିରେ ୧୬ଟନ କମଳା କିସରେ ଆସି ପହଞ୍ଚିଛି । କିଟ୍ ଓ କିସ୍ ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତ କିସ୍ ପିଲାଙ୍କ ପାଇଁ ପ୍ରତିବର୍ଷ ଋତୁ ଅନୁସାରେ ବିଭିନ୍ନ ଫଳ ଦେଶର ବିଭିନ୍ନ ସ୍ଥାନରୁ ଆଣି ପିଲାଙ୍କୁ ଦେଇଥାନ୍ତି ।

ଏବେ ଶୀତଋତୁ ହୋଇଥିବାରୁ ଏହାକୁ ଆଖି ଆଗରେ ରଖି ଡ. ସାମନ୍ତ କମଳା ମଗାଇଛନ୍ତି । ଏହି କମଳା କିସରେ ଥିବା ୩୦ ହଜାର ପିଲାଙ୍କୁ ଦିଆଯିବ। କିସ୍ ପିଲାଙ୍କ ସ୍ୱାସ୍ଥ୍ୟ ଉପରେ ପ୍ରତିଷ୍ଠାତା ଡ. ସାମନ୍ତ ସବୁବେଳେ ପ୍ରାଥମିକତା ଦେଇଥାନ୍ତି ।

ସେମାନଙ୍କୁ ପ୍ରତିଦିନ ପୁଷ୍ଟିକର ଖାଦ୍ୟ ଦିଆଯିବା ସହ ଡ. ସାମନ୍ତ ସେମାନଙ୍କ ପାଇଁ କମଳା ବ୍ୟତୀତ ସମୟକୁ ନେଇ ଅନ୍ୟାନ୍ୟ ଫଳ ମଧ୍ୟ ମଗାଇଥାନ୍ତି । ପିଲାମାନେ ମଧ୍ୟ ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଫଳ ଖାଇବାର ମଜା ନେଇଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.