ବୋରୱେଲ ଗାତରେ ପଡିଥିଲା ନବଜାତ ଶିଶୁ , ଦୀର୍ଘ ସମୟ ପରେ ହେଲା ଉଦ୍ଧାର

ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ପଡ଼ିଥିଲା ଏହି ନବଜାତ ଶିଶୁଟି । ଆଜି ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ସ୍ଥାନୀୟ ସନ୍ଦେହ କରି କହୁଛନ୍ତି l ଶିଶୁର ଜିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ ।

ସମ୍ବଲପୁର : କଥାରେ ଅଛି ରଖେ ହରି ତ ମାରେ କିଏ । ସେଥିପାଇଁ ତ ବୋରେଓ୍ଵଲରେ ପଡ଼ିବାର ଦୀର୍ଘ ସମୟ ବିତିଯାଇଥିଲେ ମଧ୍ୟ ଶିଶୁଟିର ଚିତ୍କାର ଶୁଣିପାରୁଛନ୍ତି ଲୋକେ । ଶିଶୁଟିକୁ ଉଦ୍ଧାର କରିବା ପାଇଁ ଚଳାଇଥିଲେ ଜୋରଦାର ପ୍ରୟାସ । ଶେଷରେ ୧୫ ଫୁଟ୍‌ ତଳୁ ଉଦ୍ଧାର ହୋଇଛି ଏହି ନବଜାତ ଶିଶୁଟି ।

ବୋରେଓ୍ଵଲରେ ପଡ଼ିଥିଲା ନବଜାତ ଶିଶୁ । ପୂର୍ବରୁ ଏପରି ଘଟଣା ଅନେକ ଥର ସାମ୍ନାକୁ ଆସୁଥିବା ବେଳେ ଆଜି ପୁଣି ସେହି ଚିତ୍ରର ପୁନରାବୃତ୍ତି ହୋଇଛି । ପୁଣି ବୋରେଓ୍ଵଲରେ ନବଜାତ ଶିଶୁ ପଡ଼ିଥିବାର ଚିତ୍ର ସାମ୍ନାକୁ ଆସିଛି । ରା ଛାଡ଼ି କାନ୍ଦି କାନ୍ଦି ଚିତ୍କାର କରୁଛି । ଯେଉଁ ଚିତ୍କାର ଶୁଣି ଠୂଳ ହୋଇଛନ୍ତି ଲୋକେ । କଅଁଳ ଛୁଆଟି ଅନୁମାନ କରାଯାଉଛି ୨ ଦିନର ହେବ ଏହି ଶିଶୁ । କିନ୍ତୁ ତା ଚିତ୍କାରରେ ଫାଟି ପଡ଼ୁଛି ପୂରା ଅଞ୍ଚଳ । ଲୋକେ ସନ୍ଦେହରେ କହୁଛନ୍ତି ଜନ୍ମ ଦେଇ ଫୋପାଡ଼ି ଦେଇଛି ମା’। ପ୍ରକୃତ ଘଟଣା କ’ଣ ତ ଜଣାପଡ଼ିନି କିନ୍ତୁ ଅନୁମାନ କରାଯାଉଛି ଜନ୍ମ ଦେଇ ଏହି ଶିଶୁକୁ ଫୋପାଡ଼ି ଦିଆଯାଇଛି ।

ତେବେ ସମ୍ବଲପୁର ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ଲାରିପାଲି ଗ୍ରାମ ନିକଟସ୍ଥ ଶ୍ରୀରାମ ପଡିଆଠାରେ ଥିବା ଏକ ପରିତ୍ୟକ୍ତ ବୋରୱେଲରେ ପଡ଼ିଥିଲା ଏହି ନବଜାତ ଶିଶୁଟି । ଆଜି ଅପରାହ୍ନ ସମୟରେ ଜଣେ ମହିଳା ପ୍ରସବ ପରେ ନବଜାତ ଶିଶୁକୁ ଉକ୍ତ ବୋରୱେଲରେ ପକାଇ ଦେଇଥିବା ସ୍ଥାନୀୟ ସନ୍ଦେହ କରି କହୁଛନ୍ତି l ଶିଶୁର ଜିତ୍କାର ଶୁଣି ସ୍ଥାନୀୟ ଲୋକେ ଅଗ୍ନିଶମ ବାହିନୀ, ପୋଲିସ, ସ୍ୱାସ୍ଥ୍ୟ ବିଭାଗକୁ ଖବର ଦେଇଥିଲେ । ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ଅଗ୍ନିଶମ ବିଭାଗ l ଶିଶୁଟି କିପରି ଜୀବିତ ରହିପାରିବ ସେନେଇ ବୋରୱେଲ ଭିତରକୁ ଅକ୍ସିଜେନ ଦିଆଯାଉଥିଲା l ୩ଟି ଜେସିବି ସାହାଯ୍ୟରେ ମାଟି ଖୋଳା ମଧ୍ୟ ଚାଲିଥିଲା l ସେ କେହି କ୍ଷଣର ଦୃଶ୍ୟ ଏବେବି ମନେ ପଡ଼ିଲାରୁ ଛାତି ଥରିଯାଉଛି । ଘଟଣାସ୍ଥଳରେ ପୋଲିସ, ଡାକ୍ତର, ଅଗ୍ନିଶମ ଅଧିକାରୀ, ପ୍ରଶାସନିକ ଅଧିକାରୀ ପହଁଞ୍ଚିଶିଶୁ ଟିକୁ କିପରି ସୁରକ୍ଷିତ ବାହାରକୁ ବାହାର କରିବେ ସେନେଇ ପ୍ରଚେଷ୍ଟା ଚଳାଇଥିଲେ l ଶେଷରେ ପାଇପ୍‌ କାଟି ଶିଶୁଟିକୁ ଉଦ୍ଧାର କରିଛନ୍ତି ।

ସତରେ ଭଗବାନଙ୍କ କୃପା ଅପାର । ଯଦି ସେ ଜୀବନ ଦେଇ ପୃଥିବୀକୁ ପଠାଇଛନ୍ତି ତେବେ ଜୀବନ ନେବାର ଅଧିକାର ମଧ୍ୟ ତାଙ୍କର ଏହି ଘଟଣା ହେଉଛି ତାର ଜ୍ୱଳନ୍ତ ଉଦାହରଣ । ଦିନେ କି ଦୁଇଦିନର ଶିଶୁ ବୋରେଓ୍ଵଲ ପଡ଼ି ବଞ୍ଚି ରହିବା ଟା ସତରେ ବିସ୍ମୟକର ଘଟଣା ।ଏଭଳି ଅମାନବୀୟ ଘଟଣା ପଛରେ କାହାର ହାତ ରହିଛି ତାହା ଫୁଙ୍ଖାନୁଫୁଙ୍ଖ ତଦନ୍ତ କରି ପ୍ରକୃତ ଅପରାଧୀକୁ ସାମ୍ନାକୁ ଆଣିବା ନିହାତି ଜରୁରୀ ହୋଇପଡ଼ିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.