ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ବିକାଶ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଚିହ୍ନଟ ଓ ବିକାଶ ନିମନ୍ତେ ପାଣ୍ଠି ଅନୁମୋଦନ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବୌଦ୍ଧଧର୍ମ ପର୍ଯ୍ୟବେଶିତ ସ୍ୱର୍ଣ୍ଣତ୍ରିଭୂଜ ଲଳିତଗିରି, ଉଦୟଗିରି ଓ ରତ୍ନଗିରି ରହିଥିବା ବେଳେ ଏହାର ନିକଟବର୍ତ୍ତୀ ଧଉଳି ପାହାଡ଼ରେ ଶାନ୍ତିସ୍ତୂପ ରହିଛି।

ଓଡ଼ିଶାର ପ୍ରମୁଖ ପର୍ଯ୍ୟଟନସ୍ଥଳ ଚିହ୍ନଟ ଓ ବିକାଶ ନିମନ୍ତେ ପାଣ୍ଠି ଅନୁମୋଦନ ନେଇ ଲୋକସଭାରେ କନ୍ଧମାଳ ସାଂସଦ ଡ. ଅଚ୍ୟୁତ ସାମନ୍ତଙ୍କ ପ୍ରଶ୍ନ କରିଛନ୍ତି। ଓଡ଼ିଶାରେ ବୌଦ୍ଧଧର୍ମ ପର୍ଯ୍ୟବେଶିତ ସ୍ୱର୍ଣ୍ଣତ୍ରିଭୂଜ ଲଳିତଗିରି, ଉଦୟଗିରି ଓ ରତ୍ନଗିରି ରହିଥିବା ବେଳେ ଏହାର ନିକଟବର୍ତ୍ତୀ ଧଉଳି ପାହାଡ଼ରେ ଶାନ୍ତିସ୍ତୂପ ରହିଛି। ଏହ ସହ ଓଡ଼ିଶାରେ ବହୁ ସଂଖ୍ୟକ ଜନଜାତି ଓ ବିଶେଷ ଦୁର୍ବଳ ଜନଜାତି ଗୋଷ୍ଠୀ (PVTG)ଙ୍କ ସ୍ୱତନ୍ତ୍ର ସଂସ୍କୃତି ରହିଛି ।

କେନ୍ଦ୍ର ସରକାର ଏସବୁକୁ ବିଚାରକୁ ନେଇ ସ୍ୱଦେଶ ଦର୍ଶନ ପ୍ରକଳ୍ପ ଅଧୀନରେ ଅଧିକ ସଂଖ୍ୟକ ସର୍କିଟ ଅନ୍ତର୍ଭୁକ୍ତ କରିବା ପାଇଁ ବିବେଚନା କରୁଛନ୍ତି କି ବୋଲି ସାଂସଦ ଡ. ସାମନ୍ତ ଅଣତାରକା ଚିହ୍ନିତ ପ୍ରଶ୍ନ ପଚାରିଥିଲେ। ଏହାର ଉତ୍ତରରେ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ଜି. କିଷାନ ରେଡ୍ଡୀ କହିଛନ୍ତି, ସ୍ୱଦେଶ ଦର୍ଶନ ଯୋଜନା ଅଧୀନରେ ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଓଡ଼ିଶାର ଉପକୂଳ ସର୍କିଟ ଅନ୍ତର୍ଗତ ‘ଗୋପାଳପୁର, ବରକୁଳ, ସାତପଡ଼ା ଓ ତାମ୍ପରା’ ସର୍କିଟ ପାଇଁ ୨୦୧୬-୧୭ରେ ୭୦ କୋଟି ୮୨ ଲକ୍ଷ ଟଙ୍କା ଅନୁମୋଦନ କରାଯାଇଛି।

ସ୍ଥାୟୀ ଓ ଦାୟିତ୍ୱସମ୍ପନ୍ନ ପର୍ଯ୍ୟଟନ ସ୍ଥଳର ବିକାଶ ପାଇଁ ପର୍ଯ୍ୟଟନ ମନ୍ତ୍ରାଳୟ ସ୍ୱଦେଶ ଦର୍ଶନ ଯୋଜନାକୁ ‘ସ୍ୱଦେଶ ଦର୍ଶନ ଯୋଜନା ୨.୦’ ଭାବେ ପୁନର୍ବାର ଆରମ୍ଭ କରିଛନ୍ତି। ଏହି ଯୋଜନା ଗାଇଡ଼ଲାଇନ୍ ଅନୁସାରେ ରାଜ୍ୟ ସରକାର ବା କେନ୍ଦ୍ର ଶାସିତ ଅଞ୍ଚଳ ସରକାର ପ୍ରମୁଖ ପର୍ଯ୍ୟଟନ ସ୍ଥଳର ଆକର୍ଷଣ,ଗମନାଗମନ ସୁବିଧା,ପର୍ଯ୍ୟଟନ ଇକୋ ସିଷ୍ଟମ,ରାଜ୍ୟ ସରକାରଙ୍କ ସହଯୋଗ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଏଥିପାଇଁ ସମ୍ଭାବ୍ୟ ଯୋଜନା ପ୍ରସ୍ତୁତ କରନ୍ତି।

ପର୍ଯ୍ୟଟନ ମନ୍ତ୍ରାଳୟ ଏହି ଯୋଜନାକୁ ବିଚାରକୁ ନେଇ ସଂପୃକ୍ତ ରାଜ୍ୟ ସରକାରଙ୍କ ସହ ପରାମର୍ଶ କରି ସ୍ୱଦେଶ ଦର୍ଶନ ଯୋଜନା ଗାଇଡଲାଇନ୍ ଅନୁସାରେ ପର୍ଯ୍ୟଟନସ୍ଥଳଗୁଡ଼ିକର ବିକାଶ ପାଇଁ ମନୋନୀତ କରିଥାନ୍ତି। ଇତିମଧ୍ୟରେ ସ୍ୱଦେଶ ଦର୍ଶନ ୨.୦ ପ୍ରକଳ୍ପ ଅଧୀନରେ ପର୍ଯ୍ୟଟନ ଲକ୍ଷ୍ୟସ୍ଥଳ ଭାବେ ଓଡ଼ିଶାର କୋରାପୁଟକୁ ଚିହ୍ନଟ କରିଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.