କଲେଜରେ ମହୁମାଛି ଆତଙ୍କ, କ୍ରୀଡ଼ା କାର୍ଯ୍ୟକ୍ରମ ବାତିଲ

ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରଵାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମହୁମାଛି ଭୟଙ୍କର ସ୍ଥିତି ସୃଷ୍ଟି କରିଛନ୍ତି ।

ଯାଜପୁର (କେନ୍ୟୁଜ୍‌) : କଲେଜରେ ମହୁମାଛି ଆତଙ୍କ। ଯାଜପୁର ଜିଲ୍ଲା ଚଣ୍ଡିଖୋଲ ସ୍ଥିତ ବାବା ଭୈରଵାନନ୍ଦ ସ୍ୱୟଂଶାସିତ ମହାବିଦ୍ୟାଳୟ ପରିସରରେ ମହୁମାଛି ଭୟଙ୍କର ସ୍ଥିତି ସୃଷ୍ଟି କରିଛନ୍ତି । ମହୁମାଛି ଆକ୍ରମଣରୁ ରକ୍ଷା ପାଇବା ପାଇଁ ଅଧ୍ୟାପକ, ଅଧ୍ୟାପିକା, ଛାତ୍ର ଛାତ୍ରୀମାନେ ଏଣେ ତେଣେ ଦୌଡା ଦୌଡି ହେଉଥିବା ଆଜି ଦେଖିବାକୁ ମିଳିଥିଲା। ବାଘୁଆ ମହୁମାଛି ଆକ୍ରମଣରେ ମହାବିଦ୍ୟାଳୟରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମ ବାତିଲ ହୋଇଯାଇଛି। ଏପରିକି କିଛି ଛାତ୍ରଛାତ୍ରୀ ମହୁମାଛି ଆକ୍ରମଣରେ ଆହତ ହୋଇ ବଡ଼ଚଣା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି।

ଆଜି କଲେଜରେ ସ୍ପୋର୍ଟସ ଆକ୍ଟିଭିଟିସ କାର୍ଯ୍ୟକ୍ରମ ହେବାକୁ ଥିବା ବେଳେ ଅଚାନକ କଲେଜ ପଡିଆକୁ ମହୁମାଛି ଚାଲି ଆସିଥିଲେ। ଯାହାକୁ ନେଇ କଲେଜ କର୍ତ୍ତୃପକ୍ଷ ଓ ଛାତ୍ରଛାତ୍ରୀ ଭୟଭୀତ ହୋଇ ଦୌଡ଼ି ପଳାଇଥିଲେ। ଏହି କାର୍ଯ୍ୟକ୍ରମରେ ବଡ଼ଚଣା ବିଧାୟକ ଅମର ପ୍ରସାଦ ଶତପଥୀ ମୁଖ୍ୟ ଅତିଥି ଭାବେ କାର୍ଯ୍ୟକ୍ରମରେ ଯୋଗ ଦେବାର ଥିଲା। କିନ୍ତୁ ମହୁମାଛି ଆକ୍ରମଣ ଯୋଗୁ ବିଧାୟକ ଫେରି ଆସିଥିବା ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.