ଲାଲଗଡ଼ରେ ପ୍ରଥମ ମହିଳା ଅଫିସର୍‌ ସିଆରପିଏଫ୍‌ ଆଇଜିପି ଡ. ଅର୍ଚ୍ଚନା ଶିଭାରେ

ଆଇଜିପି ଅର୍ଚ୍ଚନା ଶିଭାରେଙ୍କ ସହ ଗସ୍ତରେ ଥିଲେ ସିଆରପିଏଫ୍‌ ଅପେରସନ ଡିଆଇଜି ଅଜିତ ସଂଗବାନ, ବାଲିଗୁଡା 127 crpf ବାଟାଲିୟନ କମାଣ୍ଡାଣ୍ଟ ଯତୀନ୍ଦର ପାଲ ସିଂ ଏବଂ ଅନ୍ୟ ଅଧିକାରୀ l

ବାଲିଗୁଡ଼ା (କେନ୍ୟୁଜ୍‌) : ଲାଲଗଡ଼ରେ ପ୍ରଥମ ଥର ଜଣେ ମହିଳା ସିଆରପିଏଫ୍‌ ବରିଷ୍ଠ ଅଧିକାରୀ l ଲାଲଗଡ଼ର ଗ୍ରାଉଣ୍ଡ ଜିରୋରେ ପ୍ରଥମ ମହିଳା ବରିଷ୍ଠ ଅଧିକାରୀ ସିଆରପିଏଫ୍‌ ଆଇଜିପି ଓଡିଶା ସେକ୍ଟର ଡ. ଅର୍ଚ୍ଚନା ଶିଭାରେ ଗସ୍ତ କରି ମାଓ ସ୍ଥିତି ଅନୁଧ୍ୟାନ କରିଛନ୍ତି । ମାଓ ଦମନ ନେଇ ରଣନୀତି ପ୍ରସ୍ତୁତ କରିଛନ୍ତି l କନ୍ଧମାଳ ଜିଲ୍ଲା ବାଲିଗୁଡା ବ୍ଲକର ମାଓ ପ୍ରବଣ ଅଞ୍ଚଳ ଡାକାରେ ପହଞ୍ଚିଥିଲେ ।

ଆଇଜିପି ଅର୍ଚ୍ଚନା ଶିଭାରେଙ୍କ ସହ ଗସ୍ତରେ ଥିଲେ ସିଆରପିଏଫ୍‌ ଅପେରସନ ଡିଆଇଜି ଅଜିତ ସଂଗବାନ, ବାଲିଗୁଡା 127 crpf ବାଟାଲିୟନ କମାଣ୍ଡାଣ୍ଟ ଯତୀନ୍ଦର ପାଲ ସିଂ ଏବଂ ଅନ୍ୟ ଅଧିକାରୀ l ହେଲିକପଟର ଯୋଗେ ପହଞ୍ଚି ଡାକା ଠାରେ ନୂତନ ଭାବେ ପ୍ରତିଷ୍ଠା ହୋଇଥିବା crpf 127 ବାଟାଲିୟନର ସି କମ୍ପାନୀ ପରିଦର୍ଶନ କରିଥିଲେ l ଡାକା ଅଂଚଳରେ ନକ୍ସଲ ବିରୋଧୀ ଅପେରସନ ପାଇଁ କାର୍ଯ୍ୟ କରୁଥିବା 127 crpf ବାଟାଲିୟନର ଅଧିକାରୀ ଓ ଯବାନଙ୍କ ସହ ଆଲୋଚନା କରିଥିଲେ । ସେମାନଙ୍କ ମନୋବଳ ବୃଦ୍ଧି କରିବା ସହ ଉତ୍ସାହିତ କରିଥିଲେ l ପରେ ସିଆରପିଏଫ୍‌ ପକ୍ଷରୁ ଆୟୋଜିତ ଜନ ସମ୍ପର୍କ ଶିବିରରେ ଯୋଗ ଦେଇ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ l

CRPF-2

ଏହି ଅବସରରେ ସ୍ଥାନୀୟ ବିଦ୍ୟାଳୟର ଛାତ୍ର ଛାତ୍ରୀମାନେ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ l ସିଆରପିଏଫ୍‌ର ଏହି ଜନ ସମ୍ପର୍କ ଶିବିର ଜରିଆରେ ସଲାଗୁଡା ପଂଚାୟତର ୫୦୦ରୁ ଊର୍ଦ୍ଧ୍ୱ ସ୍ଥାନୀୟ ବାସିନ୍ଦାଙ୍କୁ ସୋଲାର ଲାଇଟ, ବାସନ କୁସନ ଓ ଖେଳ ସାମଗ୍ରୀ ବଣ୍ଟନ କରାଯାଇଥିଲା l ମାଓବାଦୀ କାର୍ଯ୍ୟକଳାପରୁ ନିବୃତ୍ତ ରହି ନିଜ ଘରକୁ ଫେରି ଆସିବା ସହ ସମାଜର ମୁଖ୍ୟ ସ୍ରୋତରେ ସାମିଲ ହୋଇ ନିଜ ଅଂଚଳ, ନିଜ ରାଜ୍ୟ ଓ ଦେଶର ବିକାଶ ଧାରାକୁ ବଜାୟ ରଖିବାକୁ ମାଓବାଦୀଙ୍କୁ ଆହ୍ୱାନ ଦେଇଛନ୍ତି ଆଇଜିପି ଡ. ଅର୍ଚ୍ଚନା ଶିଭାରେ l ଏଥିସହ ଛାତ୍ରୀମାନଙ୍କୁ ଭଲ ପାଠ ପଢି ସିଆରପିଏଫ୍‌ରେ ଯୋଗ ଦେଇ ଦେଶ ମାତୃକାର ସେବା କରିବାକୁ ନିବେଦନ କରିଛନ୍ତି ।

CRPF-3

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.