Below header

ଶ୍ରୀକ୍ଷେତ୍ରରେ ପାଳିତ ହେଲା ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନର ୪ର୍ଥ ବାର୍ଷିକ ଉତ୍ସବ

ଓଡ଼ିଶା ଡିଜିଟାଲ ମଡିଆ ଆସୋସିଏସନର ୪ର୍ଥ ବାର୍ଷିକ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି ।

କେନ୍ୟୁଜ(ବ୍ୟୁରୋ) : ଓଡ଼ିଶା ଡିଜିଟାଲ ମଡିଆ ଆସୋସିଏସନର ୪ର୍ଥ ବାର୍ଷିକ ଉତ୍ସବ ପୁରୀ ସଂସ୍କୃତି ଭବନ ଠାରେ ରବିବାର ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ତୁଷାର ପଟ୍ଟନାୟକ କାର୍ଯ୍ୟକ୍ରମରେ ସଭାପତିତ୍ୱ କରିଥିବା ବେଳେ ଅତିଥି ପରିଚୟ ଓ ପ୍ରାରମ୍ଭିକ ଭାଷଣ ଦେଇଥିଲେ ରାଜ୍ୟ କାର୍ଯ୍ୟକାରୀ ସଭାପତି ନିହାର ରଂଜନ ପଣ୍ଡା । ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁରୀ ବିଧାୟକ ଜୟନ୍ତ ଷଡଙ୍ଗୀ ଯୋଗ ଦେଇ ସାମ୍ବାଦିକମାନେ ନିର୍ଭୀକ ହେବା ସହ ନିରପେକ୍ଷ ଓ ସ୍ୱଚ୍ଛ ସମ୍ବାଦ ପରିବେଷଣ କରିବାକୁ ଆହ୍ଵାନ ଦେଇଥିଲେ ।

ସମ୍ମାନିତ ଅତିଥି ଭାବେ ଦୂରଦର୍ଶନର ବାର୍ତ୍ତା ସମ୍ପାଦକ ଗୋପାଳ ମହାପାତ୍ର, ଓ ବାଳକୃଷ୍ଣ ପଣ୍ଡା ଯୋଗଦେଇ ସାମ୍ବାଦିକମାନେ ନିର୍ଭୀକ ସହ ବିବେକୀ ହେବା ପାଇଁ ମତ ଦେଇଥିଲେ । କୌଣସି ଖବର ପରିବେଷଣ ପୂର୍ବରୁ ଏହାର ସତ୍ୟାସତ୍ୟ ଜାଣିବା ସହ ସମାଜ ଉପରେ ଏହାର ପ୍ରଭାବ କ’ଣ ପକାଇବ ସେଥି ପ୍ରତି ଚିନ୍ତା କରିବା ଉଚିତ୍‌ ବୋଲି ବକ୍ତାମାନେ ମତ ଦେଇଥିଲେ ।

odma

ଭୁବନେଶ୍ୱର ସଭାପତି ସୁକାନ୍ତ କୁମାର ମହାନ୍ତି, ସମ୍ପାଦକ ମନୋଜ ବେହେରା, ଦେବପ୍ରସାଦ ମିଶ୍ର ପ୍ରମୁଖ ସାମାଜିକ ଗଣ ମାଧ୍ୟମର ଭୂମିକା ଉପରେ ଆଲୋକପାତ କରିଥିଲେ । ଓଡ଼ିଶା ଡିଜିଟାଲ ମିଡିଆ ଆସୋସିଏସନ ପକ୍ଷରୁ ସାମ୍ବାଦିକତା ପାଇଁ ପରମେଶ୍ୱର ଦାଶ, ସମାଜସେବା ପାଇଁ ଓ୍ଵିଲିୟମ ହେନେଜ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତି ବିଶେଷଙ୍କୁ ବିଧାୟକ ସମ୍ମାନିତ  କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ସଂଘର କୋଷାଧ୍ୟକ୍ଷ ନନ୍ଦିତା ପ୍ରିୟଦର୍ଶନୀ ମହାନ୍ତି, ସମ୍ପାଦିକା ମିନାକ୍ଷୀ ଦୋରା, କାର୍ଯ୍ୟକାରୀ କମିଟି ସଦସ୍ୟା ବବିତା ଦେବତା, ସାମ୍ବାଦିକା ତୃଷ୍ଣା ପ୍ରିୟଦର୍ଶିନୀ ସିଂହ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାରୁ ଆସିଥିବା ଶତାଧିକ ସାମ୍ବାଦିକ ଓ ଅତିଥି ଯୋଗ ଦେଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.