ଛଅମାସ ହେଲାଣି ନିଖୋଜ ହୋଇଥିଲା ଝିଅ, ଏବେ ଖୋର୍ଦ୍ଧା ଶିଶୁ କଲ୍ୟାଣ ବିଭାଗ କଲା ଉଦ୍ଧାର

ବଣାଇ (କେ ନ୍ୟୁଜ) : ସୁନ୍ଦରଗଡ଼ ଜିଲ୍ଲା ବଣାଇର ଚାନ୍ଦିପୋଷ ଥାନା ଅନ୍ତର୍ଗତ କୁମାକେଲା ଗ୍ରାମରେ ଗତ ଛଅ ମାସ ପୂର୍ବରୁ ୧୬ ବର୍ଷିଆ ନାବାଳିକା ନିଖୋଜ ହୋଇଯାଇଥିଲା । ତାଙ୍କ ବାପା ଅନେକ ଖୋଜି ଖୋଜି କରିବା ପରେ ମଧ୍ୟ ପାଇନଥିଲେ। କିନ୍ତୁ ନାବାଳିକାକୁ ଦୁଇ ଦିନ ପୂର୍ବରୁ ଖୋର୍ଦ୍ଧାରୁ ଶିଶୁ କଲ୍ୟାଣ ପକ୍ଷରୁ ଉଦ୍ଧାର କରିଥିଲେ ।

bonai

ସୂଚନାଯୋଗ୍ୟ, ଗୋଟିଏ ଗରିବ ପରିବାର ମୁମ୍ବାକେଲା ଗ୍ରାମରେ ଭଙ୍ଗା ଘରେ ବସବାସ କରନ୍ତି ମଙ୍ଗୁଳୁ ସିଂ । ଦୁଇ ଝିଅ ଗୋଟିଏ ପୁଅ। ସ୍ତ୍ରୀ ମଲା ପରେ ବଡ ଝିଅ ଚେନ୍ନାଇରେ ଦାଦନ କାମ କରେ ମଝିଆ ଝିଅ ମସ୍ତିଷ୍କ ଟିକେ ଖରାପ ଥିବାରୁ ବାରମ୍ବାର ଘରରୁ ପଳାଇଥାଏ ।ତାକୁ ଖୋଜାଖୋଜି କରି ଆଣିଥାନ୍ତି କିନ୍ତୁ ଶେଷ ଥର ଛଅ ମାସ ପୂର୍ବରୁ କୁଆଡେ ପଳାଇଥିଲା ଖୋଜାଖୋଜି କରି ପାଇନଥିଲେ ଶେଷରେ ଝିଅ ଆଉ ନାହିଁ ଭାବି ଘର ପାଇଁ ନିଷ୍ପତ୍ତି ନେଇଥିଲେ ବାପା । କିନ୍ତୁ ହଠାତ ଚାନ୍ଦିପୋଷ ପୋଲିସ ଘରେ ପହଞ୍ଚି ତାଙ୍କ ଝିଅ ଖୋର୍ଦ୍ଧାରେ ଶିଶୁ କଲ୍ୟାଣ ପକ୍ଷରୁ ଉଦ୍ଧାର କରାଯାଇ ରଖାଯାଇଛି ବୋଲି ଜଣାଇଥିଲେ।ଏବେ ଝିଅକୁ ପାଇ ବାପା ମଙ୍ଗୁଳି ବହୁତ ଖସି। ଏନେଇ ଜିଲ୍ଲା ଶିଶୁ କଲ୍ୟାଣ ସମିତି ଅଧ୍ୟକ୍ଷ କହିଛନ୍ତି, ତିନି ଦିନ ପୂର୍ବରୁ ଖୋର୍ଦ୍ଧା ଶିଶୁ କଲ୍ୟାଣ ସମିତି ପକ୍ଷରୁ ଖବର ପାଇ ଗାଁ କୁ ଯାଇ ଖବର ନେଇଥିଲୁ । ଝିଅ ରାଉରକେଲାରୁ ଭୁବନେଶ୍ୱର ପଳାଇଥିଲେ ବୋଲି କହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.