ପୃଥିବୀକୁ ଧ୍ୱଂସ କରିବାର କ୍ଷମତା ରଖିଛନ୍ତି ଏହିସବୁ ଛୋଟ କୀଟ, ଜାଣନ୍ତୁ ଏମାନେ କେତେ ମାରାତ୍ମକ

ଆମ ପ୍ଲାନେଟ ରେ ବିଭିନ୍ନ ପ୍ରକାରର ଜୀଵ ଅଛନ୍ତି ଆଉ ସମସ୍ତେ ଏହି ଇକୋ ସିଷ୍ଟମର ଅଂଶ । ମଣିଷ ହେଉ, ପଶୁ ହେଉ ଅବା କୌଣସି କିଟ । ବୈଜ୍ଞାନିକଙ୍କ ରିସର୍ଚ୍ଚରୁ ଜଣା ପଡିଛି ଆମ ପୃଥିବୀରେ ଇନ୍ସେଟ୍ସ ମାନଙ୍କ ସଂଖ୍ୟା 10 Quintillion । ମାନେ ଏକରେ 18 ଟି ଶୂନ ଦେଲେ ଯେତିକି ସଂଖ୍ୟା ସେତିକି । ଏହି କିଟ ଆମକୁ ଅନେକ ସାହାଯ୍ୟ କରନ୍ତି ଆଉ କେବେ କେବେ ବହୁତ କ୍ଷତି କରନ୍ତି। ଏମିତିକି ମଣିଷଙ୍କ ଜୀବନ ନେଇ ଯାଆନ୍ତି । ଏମାନଙ୍କ ସଂଖ୍ୟା ବହୁତ ଅଧିକା। ଆଉ ଏମାନଙ୍କ ଭିତରେ ୟୁନିଟ ବହୁତ ଅଧିକ। ଯଦି ସବୁ ଇନ୍ସେଟ ଏକାଠି ହୋଇ ଆମ ଉପରେ ଆକ୍ରମଣ କରିବେ ଆମେ ସେମାନଙ୍କୁ ପାରିବା ନାହିଁ । ବୈଜ୍ଞାନିକଙ୍କ ଥିଓରୀ କହୁଛି ଯଦି କେବଳ ସବୁ ବୁଢିଆଣୀ ଆମ ଉପରେ ଆଟାକ କରିବେ ଦୁନିଆଁ ରେ ଥିବା ସବୁ ମଣିଷ ଙ୍କୁ ମାରିକି ଗୋଟିଏ ବର୍ଷ ଭିତରେ ଖାଇକି ସାରି ଦେବେ। ଏମିତି ତ ଏସବୁ କିଟ ମଣିଷ ଉପରେ ଏକାଠି ହୋଇ ଆଟାକ କରନ୍ତି ନାହିଁ ହେଲେ ଯଦି କେବେ କରିବେ ଆମକୁ ଏମାନଙ୍କ ମୁକାବିଲା କରିବାକୁ ଏରୋପ୍ଲେନର ସାହାର୍ଯ୍ୟ ନେବାକୁ ପଡିବ। ତେବେ ଆଜି ଆମେ ଆପଣଂକୁ ଏମିତି 5 ଟି ଆଟାକ ବିଷୟରେ କହିବୁ ।

ସିଡ ବଗସ

Western Conifer Seed Bug | I'm pretty sure that this is a We… | Flickr

ଲାଇଟ ଆଗରେ ମେଞ୍ଚା ମେଞ୍ଚା ହୋଇ ଉଡୁଥିବା ପୋକ । ଆମେରିକା ନେବାଡା ରାଜ୍ୟରେ ବଂର୍ନି ମ୍ୟାନ୍ ନାମକ ଏକ ଫେଷ୍ଟିଭଲ ଚାଲିଥିଲା ଲୋକ ଉତ୍ସବର ମଜା ଉଠଉ ଥିଲେ । ସେହି ସମୟରେ ଏତେ ସବୁ ଲାଇଟ ଆଗକୁ ହଠାତ ଆସିଗଲେ ସିଡ ବଗସ। ଲୋକଙ୍କୁ କାମୁଡି ଚାଲିଲେ। ଏମାନେ ଲୋକଙ୍କୁ କାମୁଡିବା ପରେ ଖରାପ ଗନ୍ଧ ଛାଡି ଯାଆନ୍ତି। କେହି କିଛି ବୁଝି ପାରିଲେନି ଏମାନେ ଏତେ ସଂଖ୍ୟାରେ ଆସିକେ କୁଆଡୁ । ତାପରେ ଅନୁମାନ କରାଗଲା ଅତ୍ୟଧିକ ଗରମ ସମୟରେ ଥଣ୍ଡା ବର୍ଷା ହେବା ଫଳରେ ଏମାନେ ବହୁ ସଂଖ୍ୟାରେ ଜନ୍ମ ନେଲେ ଓ ଉତ୍ସବରେ ଆଲୋକ କାରଣରୁ ଏମାନେ ଲୋକଙ୍କ ପାଖକୁ ଆସିଗଲେ । ଏହି ପୋକ ମଣିଷଙ୍କୁ କାମୁଡ଼ିବାକୁ ପସନ୍ଦ କରେ।

ସ୍ପାଇଡର ଆଟାକ

Fact check: After murder hornets, are flying spiders coming to ...

ଯଦି ଆପଣଙ୍କ ଘରେ ଥିବା ବୁଢିଆଣି ଆପଣଂକୁ କାମୁଡିବ । ଆପଣଙ୍କ ହୋସ ଉଡିଯିବ । 2015 ରେ ଏଭଳି କିଛି ଘଟଣା ଘଟିଥିଲା ଆମେରିକା ନର୍ଥ ମେଲଫିଷ୍ଟ ଜିଲ୍ଲା ରେ । ହଜାର ହଜାର ଲକ୍ଷ ଲକ୍ଷ ସଂଖ୍ୟକ ବୁଢିଆଣି ଏକ ସାଙ୍ଗରେ ମଣିଷଙ୍କୁ ଆକ୍ରମଣ କରିଥିଲେ । ଖୁସି ଖବର ଥିଲା କି ଏମାନେ ହାରମଲେସ ଥିଲେ । ମଣିଷଙ୍କୁ ଟିକେ ବି କ୍ଷତି ପହଞ୍ଚାଇ ନଥିଲେ। ନା କାମୁଡୁ ଥିଲେ ନା ହିଁ କାହାକୁ ସଂକ୍ରମଣ କରୁଥିଲେ। ଜଣେ ସ୍ଥାନୀୟ ବାସିନ୍ଦା କହିଲେ ଏ ସବୁ ଦେଖି ତାଙ୍କୁ ଏହା କୌଣସି ଭୂତ ଫିଲ୍ମ ଭଳି ଲାଗିଲା। ଏମିତି ସମୟ ଆସିଲା ଲୋକେ ନିଜ ନିଜ ଘରଛାଡି ଦେଲେ।

ମୋର୍ମନ କ୍ରିକେଟ

Mormon cricket | insect | Britannica

ମର୍ମନ କ୍ରିକେଟ ମାଂସାହାରୀ ଅଟେ। ବହୁତ ଭୋକିଲା ଜୀଵ ଅଟେ ମର୍ମନ। ଇଏ କେବଳ ଖାଇବା ଖୋଜେ।ଉତ୍ତର ଆମେରିକା ରେ ଦେଖିବାକୁ ମିଳେ ଏହି ଜୀଵ। 8 ସେଣ୍ଟିମିଟର ବଡ଼ ହୋଇପାରନ୍ତି ଏହି ଜୀଵ। ଏମାନେ ପଙ୍ଗପାଳ ଭଳି ବହୁତ ବର୍ଷ ବ୍ୟବଧାନ ରେ ଆକ୍ରମଣ କରନ୍ତି। କୃଷକଙ୍କ ପାଇଁ ସମସ୍ୟା ନେଇ ଆସନ୍ତି ଏମାନେ। କାରଣ ଏମାନେ ନିଜ ସାମ୍ନାରେ ଥିବା କୌଣସି ଜିନିଷ କୁ ଖାଇ ଯାଆନ୍ତି। ଏମିତିକି ସେମାନେ ନିଜନିଜ ଦଳରେ ଥିବା ଅନ୍ୟ ଜୀବନକୁ ଖାଇଯାନ୍ତି। ଏକ୍ସପର୍ଟସ କୁହନ୍ତି ଏମାନେ ନିଜ ନିଜ ଭିତରେ ପ୍ରତିଯୋଗିତା କରି ଦଳ ଦଳ ହୋଇ ଆଗକୁ ବଢନ୍ତି ।ତାପରେ ଯାହା ମିଳେ ଖାଇ ଯାନ୍ତି ।

ପଙ୍ଗପାଳ

Locusts lay eggs as plague worsens in Horn of Africa, UN warns

 

ସବୁ ଦେଶରେ କିଛି ବର୍ଷର ବ୍ୟବଧାନରେ ପଙ୍ଗପାଳଙ୍କ ଆକ୍ରମଣ ହୁଏ । ରସିଆ, ଆଫ୍ରିକା ଆମେରିକା, ଅଷ୍ଟ୍ରେଲିଆ ବା ଭାରତ ପଙ୍ଗପାଳ ଯେବେ ମାତନ୍ତି । ଫସଲ ସବୁ ନଷ୍ଟ କରିଦିଅନ୍ତି । ଭାରତ ରେ ସବୁଠୁ ବଡ଼ ପଙ୍ଗପାଳ ଆକ୍ରମଣ 1993 ରେ ହେଇଥିଲା। ସେତେବେଳେ 3 ଲକ୍ଷ ହେକ୍ଟର ଫସଲ ଏକାଥରେ ଚଳୁ କରିଦେଇଥିଲେ ଏମାନେ । ଯେବେ ଏମାନେ ଉଡିବା ଆରମ୍ଭ କରନ୍ତି ସାରା ଦିନ ଉଡୁଥାନ୍ତି। କେବଳ ସନ୍ଧ୍ୟା ସମୟରେ ଗଛ ରେ ବସି ଆରମ୍ କରନ୍ତି। ଏହି ଛୋଟ ଜୀଵ ଗୋଟିଏ ଦିନ ରେ 130 କିଲୋମିଟର ଯାତ୍ରା କରିପାରନ୍ତି। ଏମାନଙ୍କ ମାତ୍ର ଗୋଟିଏ ଦଳ ପ୍ରତ୍ୟକ ଦିନ ଅଢେ଼ଇ ହଜାର ଲୋକଙ୍କ ଖାଇବା ଖାଇ ଯାଆନ୍ତି । ଏମିତି ତ ଏହି ଜୀଵ ଛୋଟ ଛୋଟ ଦଳ କରି ରୁହନ୍ତି । ଏମାନଙ୍କ ଠାରୁ ମଣିଷଙ୍କୁ ବିଶେଷ ବିପଦ ନଥାଏ । ଯଦି ଏମାନଙ୍କୁ ରାହିବା ପାଇଁ ଭଲ ଜାଗା ମିଳିଯାଏ ଏମାନଙ୍କ ସଂଖ୍ୟା ବହୁତ ଜଲଦି ବଢି ଯାଏ ଓ ଏମାନଙ୍କ ବ୍ୟବହାର ରେ ପରିବର୍ତ୍ତନ ଆସେ। ଆଉ ଏମାନଙ୍କ ଗୋଟିଏ ଦଳରେ 7 ରୁ 8 କୋଟି ବଡ଼ ବଡ଼ ପଙ୍ଗପାଳଙ୍କୁ ଦେଖିବାକୁ ମିଳେ । ସେତେବେଳେ ଏମାନଙ୍କ ସାମ୍ନା ରେ ଯାହା ଆସେ ଏମାନେ ତାକୁ ଖାଇ ଖାଇ ଆଗକୁ ବଡ଼ନ୍ତି। ପ୍ରତି ଥର ଏମାନଙ୍କ ଆଟାକ ସେତେବେଳେ ହୁଏ ଯେବେ ଏମାନଙ୍କୁ ଭଲ ପରିବେଶ ମିଳିଯାଏ । ଯେମିତି ବର୍ତ୍ତମାନ ହେଉଛି । ଲକଡାଉନ ପାଇଁ ପରିଦେଶ ବଦଳି ଯାଇଛି। ଏଥର ଆଫ୍ରିକା, ୟେମେନେ, ଓମାନ ପାକିସ୍ତାନ,ଇରନରେ ଭଲ ବର୍ଷା ମିଳିଲା ଏମିତିକି ପୂର୍ବ ଆଫ୍ରିକାରେ ସବୁଠୁ ଅଧିକା ବର୍ଷା 2019 ଅକ୍ଟୋବର ନଭେମ୍ବର ରେ ହୋଇଥିଲା । ଫଳରେ ଏମାନଙ୍କ ସଂଖ୍ୟା ବହୁତ ଅଧିକ ବଢିଗଲା । ଦୂତୀୟ କାରଣ ଥିଲା ବାତ୍ୟା ଅମ୍ଫାନ । ବାତ୍ୟା କାରଣରୁ ଏମାନେ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ର କିଛି କିଛି ସ୍ଥାନରେ ପହଁଚି ଗଲେ । ଏମାନ ଙ୍କ ସଂଖ୍ୟା ଆହୁରି ବଢିବ। ରାଜସ୍ଥାନରୁ ନେଇ ଉତ୍ତର ଭାରତର ଜୁଲାଇ ମାସରେ ଏମାନଙ୍କ ଆକ୍ରମଣ ଆଗକୁ ଦେଖିବାକୁ ମିଳିବ । ଏମାନଙ୍କ ଠାରୁ ବଞ୍ଚିବା ପାଇଁ, ଫାୟାର ଟ୍ରକସ, ଟ୍ରାକ୍ଟରସ ଏମିତିକି ହେଲିକ୍ୟାପ୍ଟର ଓ ଡ୍ରୋନ ସାହାର୍ଯ୍ୟରେ ଔଷଧ ଛିଞ୍ଚା ଯାଉଛି। ତାପରେ ବି ଏମାନେ କୋଟି କୋଟି ଟଙ୍କାର ଫସଲ ନଷ୍ଟ କରୁଛନ୍ତି ।

ଟିନି ଟରମାଇଟ

Termite Damage Signs

ଉଇ । ଆମ ମଣିଷର ଘର ଅଧିକା କେଉଁ ପ୍ରାକୃତିକ ଦୁର୍ବିପାକ ରେ ଭାଙ୍ଗେ ଜାଣିଛନ୍ତି ? ଆପଣ ଭାବୁଥିବେ ଭୂମିକମ୍ପ ବା ବାତ୍ୟା କିନ୍ତୁ ଆପଣ ଜାଣିଛନ୍ତି ଏହି ଉଈ ପାଇଁ ଆପଣଙ୍କ ସ୍ଵପ୍ନର ମହଲ ଭୁଶୁଡିପଡେ । ଦୁନିଆରେ ଆପଣ କୌଣସି ଘରକୁ ଯାଆନ୍ତୁ ଆପଣଂକୁ କାଠ ତିଆରି ଅନେକ ଜିନିଷ ଦେଖିବାକୁ ମିଳିବ । ଏମିତିବି ଉଈଙ୍କ କାମ ହେଲା କାଠ ଖାଇ ତାକୁ ନଷ୍ଟ କରିଦେବା। ଇଜିପ୍ଟ ରାଜଧାନୀ କାଇରୋ ସହର ନିକଟ ଏକ ଗାଁରେ ଉଈଙ୍କ ସଂଖ୍ୟା ଏତେ ବଢ଼ିଲା ଯେ ସେମାନେ ଲୋକଙ୍କ ଘର ଖାଇଗଲେ। ଆଉ ସେହି ଗାଁରେ ଲୋକଙ୍କ ଘର ତିଆରି ହୋଇଥିଲା କାଠ ରେ। ବାସ ତାପରେ ଆଉ କଣ ହୋଇଥାନ୍ତା ଲୋକଙ୍କ ଘର ଭାଙ୍ଗିବାକୁ ଲାଗିଲା । ବହୁତ ଲୋକଙ୍କୁ ନିଜ ଘର ଛାଡିବାକୁ ପଡ଼ିଲା । ଯେଉଁ ଯେଉଁ ଜାଗାରେ ଉଇ ଆକ୍ରମଣ କରିଥିଲା ସେହି ସ୍ଥାନରେ ସରକାର ଏମରଜେନ୍ସି ଘୋଷଣା କଲେ । ଏମିତି ସମୟରେ ଗରିବ ଲୋକ ନିଜ ଘରକୁ ଉଈଙ୍କ ଖାଦ୍ୟ ହିସାବରେ ଦେଖି ରହିଗଲେ। ସେମାନଙ୍କୁ ବହୁତ ବଡ଼ ଦୁଃଖ ସମୟ ଦେଇ ଗତି କରିବାକୁ ପଡିଲା। କିନ୍ତୁ ସରକାରଙ୍କ ସଠିକ ପଦକ୍ଷେପ ପାଇଁ ଦୁଇ ଦିନରେ ଏହି ସମସ୍ୟାରୁ ତ୍ରାହି ମିଳିଗଲା । ଉଈ ମଣିଷ ଉପରେ ସିଧା ଆକ୍ରମଣ କରନ୍ତିନି କିନ୍ତୁ ଏମାନେ ଯେତିକି କାଠ ଖାଇଯାନ୍ତି ଓ କ୍ଷତି କରନ୍ତି ଅନୁମାନ କଲେ ଆପଣ ଜାଣି ପାରିବେ ଏମନେ ଦେଢ଼ ଲକ୍ଷ କୋଟି ଟଙ୍କାର କ୍ଷତି ମାତ୍ର ଏକ ବର୍ଷରେ କରି ଦିଅନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.