Below header

ରାଜ୍ୟରେ କରୋନା ସଂକ୍ରମଣରେ ଆଉ ଜଣଙ୍କ ମୃତ୍ୟୁ, ୯ ଛୁଇଁଲା ମୃତ୍ୟୁ ସଂଖ୍ୟା

 ଭୁବନେଶ୍ୱର: ଆଜି ରାଜ୍ୟରେ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିବା ଜଣାଯାଇଛି । ମୃତକ ଜଣକ ଗଞ୍ଜାମ ଜିଲାର ୫୫ ବର୍ଷୀୟ ମହିଳା ବୋଲି ଜଣାଯାଇଛି । କିଛି ଦିନ ତଳେ ତାଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବା ବେଳେ ତାଙ୍କ ମୃତ୍ୟୁ ହୋଇଛି । ପଜିଟିଭ ଚିହ୍ନଟ ହେବା ପରେ ସେ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଏହାକୁ ମିଶାଇ ରାଜ୍ୟରେ ମୃତକଙ୍କ ସଂଖ୍ୟା ୯ ଛୁଇଁଥିବା ବେଳେ ଗଞ୍ଜାମ ଜିଲ୍ଲାରେ ଏହି ସଂଖ୍ୟା ୪ ଥିବା ଜଣାଯାଇଛି । ଏବାବଦରେ ଟ୍ୱିଟ ଜରିଆରେ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ।

ମୃତ ମହିଳା ଜଣଙ୍କ ପୂର୍ବରୁ ଟିବି ସମେତ ଅନ୍ୟାନ ରୋଗରେ ଆକ୍ରାନ୍ତ ଥିବା ନେଇ ସୂଚନା ମିଳିଛି । କହିରଖିବା ଉଚିତ ହେବକି,ଶୁକ୍ରବାର ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଥିଲା । ମୃତକ ଜଣଙ୍କ ଖୋର୍ଦ୍ଧା ଜିଲ୍ଲାର ୬୩ ବର୍ଷୀୟ ବ୍ୟକ୍ତି ଥିଲେ । ଗତକାଲି ସୁଦ୍ଧା କରୋନା ମୃତ ସଂଖ୍ୟା ୮ ଥିବା ବେଳେ ଆଜି ଏହି ସଂଖ୍ୟା ୯କୁ ବୃଦ୍ଧି ପାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.