ଆଜି କରୋନାରୁ ସୁସ୍ଥ ହୋଇଛନ୍ତି ୧୬୯୯ ଜଣ ଆକ୍ରାନ୍ତ

କେନ୍ୟୁଜ୍(ବ୍ୟୁରୋ): ଆଜି ରାଜ୍ୟରେ  ୧୬୯୯ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି। ଆଜିର ସୁସ୍ଥଙ୍କ ମଧ୍ୟରୁ  କଟକ ଜିଲ୍ଲାରୁ ସର୍ବାଧିକ ୨୩୪ ଜଣ ସୁସ୍ଥ ହୋଇଛନ୍ତି।  । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ଟ୍ବିଟ ଯୋଗେ ସୂଚନା  ଦିଆଯାଇଛି । ଆଜିର ସୁସ୍ଥମାନଙ୍କୁ ମିଶାଇ ରାଜ୍ୟରେ କରୋନାରୁ ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ସଂଖ୍ୟା ୯ ଲକ୍ଷ ୫୧ ହଜାର ୪୯ରେ ପହଞ୍ଚିଛି ।

ସ୍ୱାସ୍ଥ୍ୟ ବିଭାଗର ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରୁ ଆଜି ୨୧୨ ଜଣ ଆକ୍ରାନ୍ତ କରୋନାରୁ ସୁସ୍ଥ ହୋଇଛନ୍ତି । ଅନୁଗୁଳରୁ ୧୫୭, ବାଲେଶ୍ୱରରୁ ୧୫୦, ଯାଜପୁରରୁ ୧୧୩, ପୁରୀରୁ ୧୦୨, ଜଗତସିଂହପୁରରୁ ୧୦୦, ମୟୂରଭଂଜରୁ ୮୪, ଭଦ୍ରକରୁ ୭୪, କେନ୍ଦ୍ରାପଡ଼ାରୁ ୭୨ ଓ ନୟାଗଡ଼ରୁ ୫୯ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

ସେହିପରି ଢେଙ୍କାନାଳରୁ ୫୨, କେନ୍ଦୁଝରରୁ ୩୮, ସମ୍ବଲପୁରରୁ ୨୯, ରାୟଗଡ଼ାରୁ ୨୪, ସୁନ୍ଦରଗଡ଼ରୁ ୨୨, ମାଲକାନଗିରିରୁ ୧୯, ନବରଂଗପୁରରୁ ୧୬, କୋରାପୁଟରୁ ୧୫, ବରଗଡ଼ରୁ ୧୩, ଗଂଜାମରୁ ୧୨, କଳାହାଣ୍ଡିରୁ ୧୧, କନ୍ଧମାଳରୁ ୧୦, ଗଜପତି, ସୁବର୍ଣ୍ଣପୁରରୁ ୮ ଜଣ ଲେଖାଏଁ, ବୌଦ୍ଧ, ଦେବଗଡ଼ରୁ ୬-୬ ଜଣ, ବଲାଙ୍ଗୀରରୁ ୫, ନୂଆପଡ଼ାରୁ ୩, ଝାରସୁଗୁଡ଼ାରୁ ଜଣେ ଏବଂ ରାଜ୍ୟପୁଲରୁ ୪୪ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.