Below header

ମୋହନା: ପୁଣି ନଷ୍ଟ ହେଲା ୧୮ କୋଟିର ଗଞ୍ଜେଇ ଚାଷ, ମାସକ ମଧ୍ୟରେ ସଫା ହେଲାଣି ୨୦୦ କୋଟିର ସବୁଜ ଜହର

ମୋହନା (କେ ନ୍ୟୁଜ୍‌) : ପୋଲିସ୍‌ ଓ ଅବକାରୀ ବିଭାଗର ମିଳିତ ଅଭିଯାନରେ ଲାଗୁଛି ଗଜପତି ଜିଲ୍ଲା ଯେମିତି ଗଞ୍ଜେଇ ଚାଷରୁ ସମ୍ପୂର୍ଣ୍ଣ ମୁକ୍ତ ହୋଇଯିବ । ଆଜି ମୋହନା ଥାନା ବାଘମାରୀ-ବୁଡ଼ୁଣି ଗ୍ରାମ ନିକଟସ୍ଥ ଜଙ୍ଗଲରେ ପୋଲିସ ଏବଂ ଅବକାରୀ ବିଭାଗ ଚଢ଼ାଉ କରି ପୁଣି ଗଞ୍ଜେଇ ଚାଷ ନଷ୍ଟ କରିଛନ୍ତି l ଏହି ଜଙ୍ଗଲ ଜମିରେ ୯୪ ଏକର ଅଞ୍ଚଳରେ ଚାଷ ହୋଇଥିବା ୧ ଲକ୍ଷ ୮୮ ହଜାର ଗଞ୍ଜେଇ ଗଛକୁ ନଷ୍ଟ କରାଯାଇଛି l

GANJEI-1ନଷ୍ଟ ଗଞ୍ଜେଇର ମୂଲ୍ୟ ୧୮ କୋଟି ୮ ଲକ୍ଷ ଟଙ୍କା ହେବ ବୋଲି ପୋଲିସ ସୂଚନା ଦେଇଛି l ବର୍ତ୍ତମାନ ୧ ମାସ ମଧ୍ୟରେ ମୋହନା, ଅଡବା ଏବଂ ଆର୍‌. ଉଦୟଗିରି ଥାନା ଅଞ୍ଚଳର ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ୨୦୦ କୋଟିରୁ ଊର୍ଦ୍ଧ୍ୱ ଗଞ୍ଜେଇ ଚାଷ ନଷ୍ଟ କରାଗଲାଣି l ଆଗକୁ ମଧ୍ୟ ଏହି ଚଢ଼ାଉ ଜାରି ରହିବ ବୋଲି ସୂଚନା ମିଳିଛି l
ତେବେ ପୋଲିସ୍‌ ସିନା ଗଞ୍ଜେଇ ଗଛ ପୋଡୁଛି ହେଲେ ଏହାକୁ ଚାଷ କରୁଥିବା ଲୋକ ଏବଂ ଏହା ପଛରେ ଥିବା ର‍୍ୟାକେଟ୍‌କୁ କେବେ ଧରିବ ଏବଂ ଏହି ଚାଷକୁ କିଏ ପ୍ରୋତ୍ସାହନ ଦେଉଛି ତାର ଚେର ମଧ୍ୟ ଖୋଜିବାକୁ ଦାବି ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.