ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରୁଥିଲେ ଏହି ବିଷୟ ପ୍ରତି ଦିଅନ୍ତୁ ଖାସ ଧ୍ୟାନ

ପ୍ରଥମ ଥର ପାଇଁ ଶାରୀରିକ ସମ୍ପର୍କ ସ୍ଥାପନ କରିବା ବେଳେ ଉଭୟ ମହିଳା ଓ ପୁରୁଷଙ୍କୁ କଷ୍ଟ ହୋଇଥାଏ ବୋଲି କୁହାଯାଏ। ଉଭୟ ପୁରୁଷ ଓ ମହିଳା କୁମାରତ୍ୱ ହରାଇନଥିବାରୁ ସମ୍ପର୍କ ସ୍ଥାପନ ସମୟରେ ବେଳେବେଳେ ରକ୍ତସ୍ରାବ ମଧ୍ୟ ହୋଇଥାଏ। ପ୍ରଥମେ ପ୍ରଥମେ କଷ୍ଟ ହେଉଥିବା ବେଳେ କିଛି ସମୟ ପରେ ତାହା ଉଭୟଙ୍କୁ ସନ୍ତୁଷ୍ଟି ଦେଇଥାଏ। ତେବେ ଯଦି କିଛି ବିଷୟ ପ୍ରତି ବିଶେଷ ଧ୍ୟାନ ଦେବେ ତେବେ ଆପଣଙ୍କ ପ୍ରଥମ ଅନୁଭୂତି ସବୁଦିନ ପାଇଁ ମନେ ରହିବ। ଆସନ୍ତୁ ଜାଣିବା ସେ ବିଷୟରେ…

ଏହାସହ ପଢ଼ନ୍ତୁ: ପ୍ରଥମ ଶାରୀରିକ ସମ୍ପର୍କକୁ ନେଇ କ’ଣ ରହିଥାଏ ଉଭୟ ପୁରୁଷ ଓ ମହିଳାଙ୍କ ମନରେ, ଜାଣିବାକୁ ପଢ଼ନ୍ତୁ ଏହି ରିପୋର୍ଟ

ନର୍ମାଲ ରୁହନ୍ତୁ:

ପ୍ରଥମ ଥର ପାଇଁ ଯୌନ ସମ୍ପର୍କ ସ୍ଥାପନ ବେଳେ ଖାସ୍‌ କରି ମହିଳାଙ୍କୁ ଅଧିକ ପୀଡ଼ା ହୋଇଥାଏ ଭାବି ସେମାନେ ନିଜ ମାଂସପେଶୀକୁ ଆବଶ୍ୟକତାରୁ ଅଧିକ ଟାଇଟ୍‌ କରି ଦେଇଥାନ୍ତି। ଫଳରେ ପୂରା ପ୍ରକ୍ରିୟା ତାଙ୍କୁ କଷ୍ଟ ଦେଇଥାଏ। ଏଣୁ ପ୍ରଥମ ଥର ପାଇଁ ସମ୍ଭୋଗ କରିବା ବେଳେ ମାଂସପେଶୀକୁ ନର୍ମାଲ ରଖି ରିଲାକ୍ସ ରୁହନ୍ତୁ।

ଏହାସହ ପଢ଼ନ୍ତୁ: ଏହି ରୋମାଣ୍ଟିକ୍‌ ଉପାୟରେ କ୍ୟାଲୋରୀ ହଟାଇ ବେଡ୍‌ରୁମ୍‌ରେ ହିଁ କମାନ୍ତୁ ଓଜନ

ମନ ପସନ୍ଦର ଜାଗା ବାଛନ୍ତୁ:

ପ୍ରଥମ ଥର ସମ୍ପର୍କ ସ୍ଥାପନ ପାଇଁ ସବୁବେଳେ ଏମିତି ଜାଗା ଚୟନ କରନ୍ତୁ ଯେଉଁଠାରେ ଉଭୟେ କମଫର୍ଟେବଲ୍‌ ଥିବେ। କାରଣ ମନ ବିବ୍ରତ ଥିଲେ ଆପଣ ପ୍ରଥମ ସ୍ପର୍ଶର ମଜା ନେଇ ପାରିବେ ନାହିଁ। ମନ ଶାନ୍ତ ରହିଲେ ହିଁ ଆପଣ ସାଥୀଙ୍କ ସହ ଅଧିକ ମିଶି ପାରିବେ ଫଳରେ କଷ୍ଟ ହେବ ନାହିଁ।

ଲୁବ୍ରିକାଣ୍ଟ ବ୍ୟବହାର କରନ୍ତୁ:

କୁମାରୀତ୍ୱ ହରାଇ ନଥିବାରୁ ମହିଳାମାନେ ଏ ଅବସରରେ ଅଧିକ କଷ୍ଟ ପାଇଥାନ୍ତି। ଏଭଳି ପରିସ୍ଥିତିରେ ଆପଣ କିଛି ଲୁବ୍ରିକାଣ୍ଟ ବ୍ୟବହାର କରନ୍ତୁ। ଆପଣ ଚାହିଁଲେ ନିଜ ମନ ପସନ୍ଦ ଫ୍ଳେଭରର କ୍ରିମ୍‌ କିମ୍ବା ତେଲ ମଧ୍ୟ ବ୍ୟବହାର କରିପାରିବେ।

ଏହାସହ ପଢ଼ନ୍ତୁ: ଅନ୍‌ଲାଇନ୍‌ ଡେଟିଂ କରୁଥିଲେ ଏହି ବିଷୟ ପ୍ରତି ନିଶ୍ଚୟ ଦିଅନ୍ତୁ ଧ୍ୟାନ, ସହଜରେ ବଢ଼ିପାରିବ ସମ୍ପର୍କ

ପ୍ରଥମେ ରୋମାଣ୍ଟିକ୍‌ ଆକ୍ଟ କରନ୍ତୁ:

ସିଧାସଳଖ ପାର୍ଟନରଙ୍କ ସହ ସମ୍ପର୍କ ସ୍ଥାପନ କଲେ ଅଧିକ କଷ୍ଟ ହୋଇଥାଏ। ଏଣୁ ସମ୍ବନ୍ଧ ବନାଇବା ପୂର୍ବରୁ କିଛି ରୋମାଣ୍ଟିକ୍‌ କରନ୍ତୁ ଯାହା ଦ୍ୱାରା ପାର୍ଟନରଙ୍କ ଇଚ୍ଛା ଆପଣଙ୍କ ପ୍ରତି ସମ୍ପର୍କ ରଖିବାକୁ ବଢ଼ିବ। ମହିଳାମାନେ ଉତ୍ତେଜିତ ହେଲେ ଶରୀରରୁ ହରମୋନ୍‌ କ୍ଷରିତ ହୋଇଥାଏ। ଯାହା ଆପଣଙ୍କୁ ସୁବିଧାରେ ସମ୍ପର୍କ ସ୍ଥାପନ କରିବାରେ ସାହାଯ୍ୟ କରିବ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.