Below header

ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ନାହିଁ ନିସ୍ତାର, ଜିଲ୍ଲାପାଳ ଓ ଏସପସିଙ୍କୁ ଚିଠି ଲେଖିଲେ ପରିବହନ କମିଶନର

ଭୁବନେଶ୍ବର(କେନ୍ୟୁଜ୍): ଟ୍ରାଫିକ୍‌ ନିୟମ ଉଲ୍ଲଘଂନକାରୀଙ୍କୁ ନାହିଁ ନିସ୍ତାର । ମଦ ପିଇ ଗାଡ଼ି ଚାଳନା, ବିପଦ୍‌ଜନକ ଗାଡ଼ି ଚାଳନା, ଦ୍ରୁତ ବେଗରେ ଗାଡ଼ି ଚାଳନା, ଟ୍ରାଫିକ ନିୟମ ଭାଙ୍ଗିବା, ଗାଡ଼ି ଚଳାଇବା ବେଳେ ମୋବାଇଲରେ କଥା ହେବା, ଦୁଇ ଚକିଆରେ ତିନି ଜଣ ଯିବା, ଓଭର ଲୋଡିଂ, ରେଡ୍‌ ଲାଇନ୍‌ ଜମ୍ପ କରିବା, ହେଲମେଟ ଓ ବେଲ୍‌ଟ ନ ପିନ୍ଧିଲେ ମାଫ ନାହିଁ। ଏହି ସବୁ ନିୟମର କଡାକଡି ପାଳନ ହେବ । ଏଥିରେ ଉଲ୍ଲଂଘନ କଲେ, ଗାଡ଼ି ଚାଳକଙ୍କ କାଗଜପତ୍ର ଯାଞ୍ଚ ହେବ। ଏ ନେଇ ଜିଲ୍ଲାପାଳ ଓ ଏସପସିଙ୍କୁ ଚିଠି ଲେଖିଛନ୍ତି ପରିବହନ କମିଶନର । ଆବଶ୍ୟକତା ନଥିଲେ କାଗଜପତ୍ର ଯାଞ୍ଚ ହେବନାହିଁ । ଯାଞ୍ଚସ୍ଥଳରେ ୪ରୁ ଅଧିକ ଗାଡି ନରଖିବାକୁ ଚିଠିରେ ଉଲ୍ଲେଖ ରହିଛି । ସେପ୍ଟେମ୍ବର ୧ରୁ କଡ଼ା ହୋଇଥିଲା ନୂଆ ମୋଟର ଯାନ ଆଇନର ନିୟମ। କିଛି ଦିନ ପରେ,ଗାଡ଼ିଚାଳକଙ୍କୁ ଆବଶ୍ୟକ କାଗଜପତ୍ର ଯୋଗାଡ଼ କରିବାକୁ ତିନି ମାସ ପାଇଁ ମହଲତ ଦେଇଥିଲେ ସରକାର। ଡିସେମ୍ବର ୧ରୁ ପୁଣି ଲାଗୁ ହୋଇଥାନ୍ତା ନୂଆ ନିୟମ। ତେବେ ଗାଡ଼ି ଚାଳକଙ୍କୁ ଆବଶ୍ୟକ କାଗଜପତ୍ର ପାଇଁ ଆଉ ତିନି ମାସ ସମୟ ଦିଆଯାଇଛି।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.