ବାଲେଶ୍ବର: ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଲା ପରିବେଶ, ଗୋଟିଏ କି ଦୁଇଟି ନୁହେଁ ୭୧ ଯୋଡିଙ୍କ ହାତରେ ପଡିଲା ହାତଗଣ୍ଠି

ବାଲେଶ୍ବର(କେନ୍ୟୁଜ୍): ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହେଲା ପରିବେଶ । ଗୋଟିଏ କି ଦୁଇଟି ନୁହଁ ୭୧ ଯୋଡିଙ୍କ ହାତରେ ପଡିଲା ହାତଗଣ୍ଠି । ବାଲେଶ୍ୱର ଜିଲ୍ଲା ବାଳଗୋପାଳପୁର ସ୍ଥିତ ଇମାମୀ ଜଗନ୍ନାଥ ପରିସରରେ ଏଭଳି ଗଣ ବିବାହ ଅନୁଷ୍ଠିତ ହୋଇଛି । ରାଜ୍ୟର ବିଭିନ୍ନ ସ୍ଥାନରୁ ଆସିଥିବା ୭୧ଟି ଯୋଡି ସାତ ଜୀବନ ପାଇଁ ସାଥୀ ହୋଇଛନ୍ତି । ଆଉ ଏଭଳି ବିଶାଳ ଗଣ ବିଭାହର ଆୟୋଜନ କରିଛି ଇମାମୀ ଜଗନ୍ନାଥ ମନ୍ଦିର ଟ୍ରଷ୍ଟ । ଗଣ ବିବାହର କିଛି ଦିନ ପୂର୍ବରୁ ବର ଓ କନ୍ୟାଙ୍କ ପଞ୍ଜିକରଣ କରାଯାଇଥିଲା । ଆଜି ରୀତି ନିତି ଅନୁସାରେ ସମସ୍ତେ ବିବାହ ବସ୍ତ୍ର ପରିଧାନ କରିଥିଲେ । ପରେ ଊଭୟ ଉଭୟଙ୍କୁ ବରଣମାଳା ପିନ୍ଧାଇଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.