ଯାଜପୁର: କୁଆଖିଆ ପୋଲିସ ଦ୍ୱାରା ୧୮କେଜି ଗଞ୍ଜେଇ ଜବତ, ଟଙ୍କା, ମୋବାଇଲ ଓ ସ୍କୁଟି ସହ ୨ଗିରଫ

ଯାଜପୁର (କେନ୍ୟୁଜ):  କୁଆଖିଆ ଥାନା କୃଷ୍ଣପଡ଼ା ଛକ ନିକଟରୁ ଗୁରୁବାର ବିଳମ୍ୱିତ ରାତ୍ରିରେ କୁଆଖିଆ ପୋଲିସ ଗଞ୍ଜେଇ ଜବତ କରିବା ସହ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ବଡକଇଁଚି ପଞ୍ଚାୟତ ଗରୁଆଳ ଗ୍ରାମର ରାଜକିଶୋର ସାହୁ ଓ ରାହାମ୍ବା ପଞ୍ଚାୟତ ଡିହକୁରାଂଶ ଗ୍ରାମର ଜଗମୋହନ ପଣ୍ଡା ବୋଲି ପୋଲିସ ସୂଚନା ଦେଇଛି। ସୂଚନା ମୁତାବକ କୁଆଖିଆ ପୋଲିସ ପକ୍ଷରୁ ବେଆଇନ ଗଞ୍ଜେଇ କାରବାର ହେଉଥିବା ଅଭିଯୋଗ ପାଇ ରାତ୍ରି ପେଟ୍ରୋଲିଂ ଗାଡି ଉକ୍ତ ସ୍ଥାନରେ ଚଢ଼ାଉ କରିଥିଲା।

ganja seized1

ଏହି ସମୟରେ ୧୮କେଜି୫୦ଗ୍ରାମ ଗଞ୍ଜେଇ, ନଗଦ ୧୧ହଜାର ୫୯୦ଟଙ୍କା, ଦୁଇଟି ମୋବାଇଲ ଫୋନ ଏବଂ ଏକ ସ୍କୁଟିକୁ ପୋଲିସ ଜବତ କରିଛି। ଏହି କାରବାରରେ ସହ ସମ୍ପୃକ୍ତ ଥିବା ୨ଜଣଙ୍କୁ ମଧ୍ୟ ଗିରଫ କରିଛି। ଏଥିସହ ପୋଲିସ ଏକ ମାମଲା ରୁଜୁ କରି ଅଧିକ ତଦନ୍ତ ଜାରି ରଖିବା ସହ ଅଭଯୁକ୍ତ ଦ୍ୱୟକୁ ଆଜି କୋର୍ଟ ଚାଲାଣ କରିଛି।

Leave A Reply

Your email address will not be published.