Below header

ବିଦ୍ୟାଭାରତୀଙ୍କ ସହ ସମ୍ପକର୍କକୁ ଖଣ୍ଡନ କଲେ ଡିଏଫଓ, ୩ ଘଣ୍ଟା ଜେରା ପରେ ଛାଡ଼ିଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ): ପାରଳାଖେମୁଣ୍ଡି ACF ସୌମ୍ୟରଞ୍ଜନ ମହାପାତ୍ରଙ୍କ ମୃତ୍ୟୁ ଘଟଣାରେ DFO ସଂଗ୍ରାମ କେଶରୀ ବେହେରାଙ୍କୁ ଘନ ଘନ ଜେରା।ପାରଳାଖେମୁଣ୍ଡି ପୋଲିସ DFOଙ୍କ କାର୍ଯ୍ୟାଳୟରେ ପହଞ୍ଚି ତାଙ୍କୁ ଗୁଡେଇ ତୁଡେଇ ଜେରା କରିଥିଲା। କ୍ରାଇମବ୍ରାଞ୍ଚ ଟିମ୍‌ ମଧ୍ୟ ପଚରାଉଚରାରେ ସାମିଲ ଥିଲା। ପୋଲିସ ଓ କ୍ରାଇମବ୍ରାଞ୍ଚ ମିଳିତ ଭାବେ ଜେରା କରୁଥିଲେ। ପାଖା ପାଖି ୩ ଘଣ୍ଟା କାଳ ଜେରା ପରେ ଡିଏଫଓଙ୍କୁ କଡ଼ା ସୁରକ୍ଷା ମଧ୍ୟ.ରେ ବାସଭବନକୁ ନିଆଯାଇଛି। ଜେରା ସାରି ଫେରିବା ପରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ମଧ୍ୟ କିଛି କହିଲେ ନାହିଁ  । ବିଶ୍ବସ୍ତ ସୂତ୍ରର ଖବର ମିଳିଛି ଯେ ଜେରା ବେଳେ ବିଦ୍ୟାଭାରତୀଙ୍କ ସହ ସମ୍ପକର୍କକୁ ଖଣ୍ଡନ କରିଛନ୍ତି ଡିଏଫଓ ।

dfo

ସୌମ୍ୟଙ୍କ ମୃତ୍ୟୁ ପରେ DFOଙ୍କ ନାଁରେ ଅଭିଯୋଗ କରିଥିଲେ ତାଙ୍କ ପରିବାର ଲୋକେ। ଏନେଇ ଥାନାରେ ଏତଲା ଦିଆଯାଇଥିଲା। ଏତଲା ଆଧାରରେ DFOଙ୍କୁ ପଚରାଉଚରା କରିଥିଲା ପୋଲିସ। ପତ୍ନୀ ବିଦ୍ୟାଭାରତୀଙ୍କ ସହ ତାଙ୍କର ସମ୍ପର୍କ ଥିବା ନେଇ ଅଭିଯୋଗ ହୋଇଥିଲା। ଏହାପୂର୍ବରୁ ଗତକାଲି କ୍ରାଇମବ୍ରାଞ୍ଚ ଟିମ୍‌ ଓ ପୋଲିସ ସୌମ୍ୟଙ୍କ ସରକାରୀ ବାସଭବନରେ ପହଞ୍ଚି ତଦନ୍ତ କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.