ପ୍ରଥମ ଥର ପାଇଁ ଭାରତୀୟ ବଜାରରେ ହାଇବ୍ରିଡ଼ ସ୍କୁଟର ଲଞ୍ଚ କଲା Yamaha, ଜାଣନ୍ତୁ କଣ ରହିଛି ମୂଲ୍ୟ ଓ ଫିଚର୍ସ

ଜାପାନର ପ୍ରମୁଖ ଯାନବାହାନ କମ୍ପାନୀ Yamaha ନିକଟରେ ଦେଶର ପ୍ରଥମ ହାଇବ୍ରିଡ଼ ସ୍କୁଟର Fascino 125  ଲଂଚ କରିଛି । ଏହାର ଶୋରୁମ ଦର ୭୬ ହଜାର ୫୩୦ ଟଙ୍କା ରହିଥିବା ଜଣାଯାଇଛି । ଯେବେକି ଡ୍ରମ ବ୍ରେକ ଭର୍ଜନର ଏକ୍ସ ଶୋ ରୁମ ମୂଲ୍ୟ 70 ହଜାର ରଖାଯିବା ନେଇ ସ୍ଥିର ହୋଇଛି | ଲାଟେଷ୍ଟ ଅପଡେଟ ସ୍କୁଟରରେ ଏକ୍ସଟିରିୟର ଲୁକ ଦିଆଯାଇଛି । ଏହା ସହ ସ୍କୁଟରରେ ନୂଆ କଲର ସ୍କିମ ଉପଲବ୍ଧ ହେଉଛି । ଆକର୍ଷକ ଲୁକ ଓ ଡିଜାଇନ ସହ ଏହି ସ୍କୁଟରର ଲାଟେଷ୍ଟ ଅପଡେଟ ସହ ଏକ ଉନ୍ନତମାନର ଇଂଜିନ ସୁବିଧା ରହିଛି । Fascino 125  ହାଇବ୍ରିଡ଼ ସ୍କୁଟରରେ ସ୍ମାର୍ଟ ମୋଟର ଜେନେରେଟର(ଏସଏମଜି) ସିଷ୍ଟମ ମିଳିଥାଏ । ପ୍ରକୃତରେ ଏସଏମଜି ଟେକ୍ନୋଲୋଜି ଏକ ଇଲେକ୍ଟ୍ରିକ ମୋଟର ଭାବରେ କାମ କରିଥାଏ । ଯାହାକି ଗାଡି ଷ୍ଟାର୍ଟ ହେବା ପରେ ଗାଡିର ସ୍ପିଡ଼କୁ ବଢ଼ାଇ ଦେଇଥାଏ । କମ୍ପାନୀ ଅନୁଯାୟୀ, ଏହି ଫଙ୍କସନ ଟେଂଡମ ରାଇଡିଙ୍ଗରେ ଅଥବା ଅନ୍ୟ କୌଣସି ଜଟିଳ ସମୟରେ କାମ କରିଥାଏ ।

yamaha

ନୂଆ Fascino 125 କୁ ପାୱାର ଦେବା ପାଇଁ କଂପାନିର ହାଇବ୍ରିଡ଼ ଟେକ୍ନୋଲୋଜି ଫିଚର ସହ ଏକ ରିଫ୍ରେଶ ଇଂଜିନର ବ୍ୟବହାର କରାଯାଇଛି । ଏହି ଇଂଜିନର 8.6 bhp ପାୱାର ସମେତ 10.3 Nmର ପିକ ଟର୍କ ଜେନେରେଟ କରିଥାଏ । କହିରଖିବା ଉଚିତ ହେବକି, ଏହି ସ୍କୁଟରର ପୂର୍ବ ମଡେଲ 8.4 bhp ପାୱାର ଓ 9.7 Nm ଟର୍କ ଜେନେରେଟ କରିଆସୁଥିଲା । ଏହି ସ୍କୁଟର ସହ ଏକ ସାଇଲେଣ୍ଟ ସ୍ଟ୍ରଟର ସୁବିଧା ବି ମିଳି ପାରୁଛି । ଏହି ଇଂଜିନ ଇଗନିସରେ ସାହାଯ୍ୟ କରିଥିଲେ | ଯାହାଫଳରେ ବିନା କୌଣସି ଶବ୍ଦରେ ଇଂଜିନ ଷ୍ଟାର୍ଟ ହୋଇଥାଏ ।

କିନ୍ତୁ Fascino 125ର ଏକ୍ସଟେରିୟର ଲୁକରେ କୌଣସି ପରିବର୍ତ୍ତନ ଅଣାଯାଇନାହିଁ । ସ୍କୁଟରର ହାୟର ସ୍ପେକ ଡିସ୍କ ବ୍ରେକ ଭର୍ଜନରେ ବ୍ଲୁଟୁଥ ସହ ୟମାହା ମୋଟରସାଇକେଲ Connect X app ସହ କିଛି ଅନ୍ୟ ଫିଚର୍ସ ବି ମିଳିଥାଏ । ଏଥିରେ ଏଲଇଡ଼ି ହେଡଲାଇଟସ, ଡ଼ିଆରଏଲ, ଏଲଇଡ଼ି ଟେଲଲାଇଟ, ଡିଜିଟାଲ ଇନ୍ସ୍ତୃମେଣ୍ଟ କନସୋଲ, ପାୱାର ଆସିଷ୍ଟ ସହ ହାଇବ୍ରିଡ ଟେକ୍ନୋଲୋଜି ଇଂଜିନ, ଡିସ୍କ ବ୍ରେକ ସାମିଲ ଅଛି । ସ୍କୁଟରର ସୁରକ୍ଷା ସମେତ ରାଇଟ ଆସିସ୍ଟ ଫିଚର ପାଇଁ ଏକ ସାଇଡ ଷ୍ଟଣ୍ଡ ଇଂଜିନ କଟ ଅଫ ସ୍ଵିଚ ସାମିଲ ଅଛି । କହିରଖିବା ଉଚିତ ହେବକି ଚାରୋଟି ଆକର୍ଷଣୀୟ ରଙ୍ଗରେ ଏହା ଉପଲବ୍ଧ ହେଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.