କିସ୍‌ର ୧୮ ଜଣ ଛାତ୍ରଛାତ୍ରୀ ପାଇଲେ ବିଭିନ୍ନ କଲେଜରେ ଅଧ୍ୟାପକ ପଦବୀ, ସମ୍ବର୍ଦ୍ଧିତ କଲେ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ

ଭୁବନେଶ୍ବର(କେନ୍ୟୁଜ୍):    କିସ୍‌ର ୧୮ ଜଣ ଛାତ୍ରଛାତ୍ରୀ ଓଡ଼ିଶା ଷ୍ଟାଫ୍‌ ସିଲେକସନ ବୋର୍ଡ ପରୀକ୍ଷାରେ କୃତକାର୍ଯ୍ୟ ହୋଇ ଓଡ଼ିଶାର ବିଭିନ୍ନ କଲେଜରେ ଅଧ୍ୟାପକ ନିଯୁକ୍ତି ପାଇଛନ୍ତି । ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସଏସବି ଅଧ୍ୟାପକ ନିଯୁକ୍ତ ପାଇଥିବା କୃତୀ ପ୍ରାର୍ଥୀଙ୍କୁ ନିଯୁକ୍ତି ପତ୍ର ପ୍ରଦାନ କରିଥିଲେ । ଏମାନେ ଓଡ଼ିଶାର ବିଭିନ୍ନ ଅନୁଦାନ ପ୍ରାପ୍ତ କଲେଜରେ ଅଧ୍ୟାପନା କରିବେ । ଏମାନେ ହେଲେ ଦୁଷ୍ମନ୍ତ ଶବର, ସର୍ଦ୍ଦାର ମାଝୀ, ବନାୟକ ଭତ୍ରା, ଚିନ୍ତାମଣି ମାଝୀ, ମଦନ ସିଂହ ମାଝୀ, ଦୀପ୍ତିମୟୀ ମଲ୍ଲିକ, ପ୍ରଦୀପ ଶବର, ପ୍ରମୋଦ କୁମାର ନାଏକ, ମାଗ୍ରିତା ବା, ନୈଳିନୀ କାର୍ଜୀ, ଜିତେନ୍ଦ୍ର ଶବର, ଅଟଳ ମୁଣ୍ଡା ମାଝୀ, ଅଭୟ ନାଏକ, ଜିତେନ୍ଦ୍ର ସାରକା, ଦୁର୍ଗା ଚରଣ ମାର୍ଣ୍ଡି, ସଲାରାମ ମାରାଣ୍ଡି , ରଞ୍ଜନ ମାଡକାମି ଏବଂ ରାଜେନ୍ଦ୍ର କେରକେଟା । ଏହି ନବ ନିଯୁକ୍ତ ଅଧ୍ୟାପକ-ଅଧ୍ୟାପିକାଙ୍କୁ କିସ୍‌ ପରିସରରେ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ ସମ୍ବର୍ଦ୍ଧିତ କରିଛନ୍ତି । ଏମାନଙ୍କୁ ମିଶାଇ ବର୍ତ୍ତମାନ ସୁଦ୍ଧା କିସ୍‌ର ୫୦ ଜଣ ଛାତ୍ରଛାତ୍ରୀ ଏସଏସବି ଅଧ୍ୟାପକ ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇ ବିଭିନ୍ନ କଲେଜରେ ଅଧ୍ୟାପନା କରୁଛନ୍ତି । ଏଥିପାଇଁ ଡ.ସାମନ୍ତ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

Image

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.