Below header

ପୁରୀ: ଆସନ୍ତାକାଲି ଦୀପାବଳିରେ ସିଂହଦ୍ବାର ସମ୍ମୁଖରେ ଭକ୍ତ ଡାକିବେ ‘ବଡ଼ବଡ଼ୁଆ ହୋ’ , ପ୍ରଶାସନ ତରଫରୁ ସ୍ୱତନ୍ତ୍ର ବ୍ୟବସ୍ଥା

ପୁରୀ(କେନ୍ୟୁଜ୍):  ଆସନ୍ତାକାଲି ପବିତ୍ର ଦୀପାବଳି ଅମାବାସ୍ୟାରେ ପୁରୀରେ ହେବ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼। ସିଂହଦ୍ୱାର ନିକଟରେ ପୟାଶ୍ରାଦ୍ଧ ଓ ବଡ଼ବଡ଼ୁଆଙ୍କୁ ଡାକିବାକୁ ଶ୍ରଦ୍ଧାଳୁଙ୍କ ସମାଗମ ହେବ। ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥିରୁ ଆରମ୍ଭ ହୋଇଥିବା ପିତୃପକ୍ଷ ଆସନ୍ତାକାଲି ଶେଷ ହେବ। ପିତୃପୁରୁଷଙ୍କ ପାଇଁ ଶ୍ରାଦ୍ଧ ସହ ବଡ଼ବଡ଼ୁଆ ଡକାଯିବ। ପରମ୍ପରା ଅନୁଯାୟୀ ଶ୍ରଦ୍ଧାଳୁ ମାନେ ପୁରୀ ଆସି ବାଇଶିପାହାଚରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ପିଣ୍ଡଦାନ କରିବେ। ଏଥିପାଇଁ ଶ୍ରୀମନ୍ଦିରରେ ମଧ୍ୟ ସ୍ୱତନ୍ତ୍ର ଦର୍ଶନ ବ୍ୟବସ୍ଥା ସହ ପ୍ରଶାସନ ତରଫରୁ ସିଂହଦ୍ୱାରରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.