Below header

ବିଛାର ବିଷ ହେଉଛି ଦୁନିଆର ସବୁଠାରୁ ମହଙ୍ଗା ଲିକ୍ୱିଡ଼, ଦାମ ଜାଣିଲେ ଉଡିଯିବ ହୋସ

ବିଛା ଏକ ଏପରି ପ୍ରାଣୀ ଯିଏକି ନିଜକୁ ଅସୁରକ୍ଷିତ ମଣିବା ମାତ୍ରେ ସଙ୍ଗେ ସଙ୍ଗେ ଦଂଶନ କରିଥାଏ । ବିଛାର ଡଙ୍କରେ ଜହର ରହିଥାଏ । ଦୁନିଆରେ ବିଛାର କେବଳ ୨୫ ପ୍ରକାର ପ୍ରଜାତି ଅଛନ୍ତି ଯାହାଙ୍କ ମୁଁହରେ ବିଷ ରହିଥାଏ । ବିଛାର ବିଷ ମଣିଷ ପାଇଁ ବହୁତ କ୍ଷତିକାରକ ହୋଇଥାଏ କିନ୍ତୁ ବିଛାର ବିଷରେ ଭାରି ମାତ୍ରାରେ ପ୍ରୋଟିନ ରହିଥାଏ ଯାହାକି ମନୁଷ୍ୟକୁ ଯେକୌଣସି ପ୍ରକାର ଯନ୍ତ୍ରଣାରୁ ଆରାମ ଦେଇଥାଏ । ବିଛାର ବିଷରେ ମଲ୍ଟିପଲ ସ୍କେଲେରୋସିସ, ଜ୍ୱଳନ, ଅନ୍ତରୋଗ ଏବଂ ଅନେକ ପ୍ରକାର ରୋଗର ଚିକିତ୍ସା କରାଯାଇଥାଏ । ବିଛା ଜହରର ଦାମ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ବିଛା ବିଷର ଦାମ ୩୯,୦୦୦,୦୦୦ ଡଲାର ବା ପାଖାପାଖି ୨,୭୦,୦୦୦୦୦୦ ଟଙ୍କାରେ ବିକ୍ରି କରାଯାଇଥାଏ ।

ଏହିପରି ଦ୍ଵିତୀୟ ନମ୍ବରରେ ବିଶ୍ୱର ସବୁଠାରୁ ଭୟଙ୍କର ଓ ବିଷାକ୍ତ ସାପ କିଙ୍ଗ କୋବ୍ରା ରହିଛି । ଯାହାର ବିଷ ବହୁତ ମହଙ୍ଗା ହୋଇଥାଏ । କିଙ୍ଗ କୋବ୍ରାର ବିଷର ମୂଲ୍ୟ ଗ୍ୟାଲନ ପ୍ରତି ୧କୋଟି ୪୫ ଲକ୍ଷ ହୋଇଥାଏ । କିଙ୍ଗ କୋବ୍ରାର ବିଷକୁ ପେନକ୍ଲିୟରରେ ବ୍ୟବହାର କରାଯାଇଥାଏ ।

ଏହାସହ ପଢନ୍ତୁ ଯଦି ଆପଣଙ୍କ ଘରେ ମଧ୍ୟ ରହିଛନ୍ତି ଏହି କୀଟ ତାହେଲେ ହୋଇଯାଆନ୍ତୁ ସାବଧାନ, କାମୁଡିବା ଦ୍ୱାରା ହୋଇପାରେ ମୃତ୍ୟୁ

ଏହି ମାମଲାରେ ତୃତୀୟ ନମ୍ବରରେ lysergic acid diethylamide ରହିଥାଏ । ଯାହା ମଣିଷ ଉପରେ ମନୋବୈଜ୍ଞାନିକ ପ୍ରଭାବ ପକାଇଥାଏ । ୧୯୬୦ ମସିହାରେ ଏହାକୁ ମତିଭ୍ରମ ଔଷଧ ଭାବେ ବ୍ୟବହାର କରାଯାଇଥିଲା । ଏହାକୁ ଖାଇବା ପରେ ବ୍ୟକ୍ତି ନିଜର ସନ୍ତୁଳନ ହରାଇ ବସିଥାଏ । LSDକୁ ଲୋକମାନେ ଡ୍ରଗସ ଭାବେ ମଧ୍ୟ ବ୍ୟବହାର କରିଥାନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.