Below header

ସ୍ୱାଭିମାନ ଅଞ୍ଚଳରୁ ଆସିଲା ଖୁସି ଖବର, ପ୍ରଥମ ଥର ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ହେଲା ଅସ୍ତ୍ରୋପଚାର

ମାଲକାନଗିରି: ସ୍ୱାଭିମାନ ଅଞ୍ଚଳରୁ ଆସିଲା ଖୁସି ଖବର । ପ୍ରଥମ ଥର ମାଲକାନଗିରି ଚିତ୍ରୋକାଣ୍ଡା ଉପଖଣ୍ଡ ସ୍ୱାସ୍ଥ୍ୟ କେନ୍ଦ୍ରରେ ହୋଇଛି ଅସ୍ତ୍ରୋପଚାର । ପ୍ରସୂତୀ ମହିଳା ଓ ନବଜାତି ଶିଶୁପୁତ୍ରକୁ ମରଣ ମୁହରୁ ଉଦ୍ଧାର କରିଛନ୍ତି ଡାକ୍ତର । ପୂର୍ବରୁ ଏହି ଅଞ୍ଚଳରେ ବିପଦରେ ଥିବା ପ୍ରସୂତୀ ମହିଳାଙ୍କୁ ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳକୁ ସ୍ଥାନାନ୍ତର କରାଯାଉଥିଲା । ହେଲେ ଏହାର ଅନ୍ତ ଘଟିଛି । ଡାକ୍ତର କହିଛନ୍ତି, ମାଆ ଦେହ ଅତ୍ୟନ୍ତ ଖରାପ ଥିଲା । ତେଣୁ ଅସ୍ତ୍ରୋପଚାର କରାଯାଇଥିଲା । ମା’ ସୁସ୍ଥ ଥିବା ବେଳେ ଶିଶୁର ଦେହ ଖରାପ ହେବାରୁ ମାଲକାନଗିରି ସ୍ଥାନାନ୍ତର କରାଯାଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.