Below header

ତ୍ରିପୁରା ରାଜଧାନୀ ଅଗରତାଲାର ସୁକାନ୍ତ ଏକାଡେମୀ ପରିସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଜୁକେସନ ସମ୍ମିଟ ଅନୁଷ୍ଠିତ

ତ୍ରିପୁରା ରାଜଧାନୀ ଅଗରତାଲାର ସୁକାନ୍ତ ଏକାଡେମୀ ପରିସରରେ କିଟ୍‌ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏଜୁକେସନ ସମ୍ମିଟ ଅନୁଷ୍ଠିତ ହୋଇଛି । କିଟ୍‌ ଓ କିସ୍‌ର ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତଙ୍କ ଏଜୁକେସନ୍‌ ଫର୍‌ ଅଲ୍‌ ବା ସମସ୍ତଙ୍କ ପାଇଁ ଶିକ୍ଷା ଅଭିଯାନକୁ ସଫଳ କରିବାକୁ ଏହା ଏକ ପଦକ୍ଷେପ । ଏହି ଅବସରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଶିକ୍ଷା ବିକାଶ ସଂପର୍କୀତ ପ୍ରତିଯୋଗିତା କରାଯାଇ କୃତି ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଛି । କିଟ୍‌ର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତଙ୍କ ପୌରହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଅଗରତାଲା ମେଡିକାଲର ଅଧ୍ୟକ୍ଷ ଡକ୍ତର କମଳକୃଷ୍ଣ କୁଣ୍ଟୁ, ତ୍ରିପୁରା ବିଶ୍ୱିବିଦ୍ୟାଳୟର ରେଜିଷ୍ଟ୍ରାର ଡକ୍ଟର ସୁକାନ୍ତ ବଣିକ, ପ୍ରଫେସର ପ୍ରିତମ ଦାସ, ନ୍ୟାୟଧିଶ ୟୁ.ବି. ସାହା ଉପସ୍ଥିତ ଥିଲେ । ମୁଲ୍ୟବୋଧ ଭିର୍ତ୍ତିକ ଶିକ୍ଷା ପ୍ରଦାନ କ୍ଷେତ୍ରରେ କିଟ୍‌ ଉଲ୍ଲେଖନୀୟ ଭୂମିକାରେ ପାଳନ କରିଛି । ଏଥିପାଇଁ ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କିଟ୍‌ର ଛାତ୍ରଛାତ୍ରୀ ସ୍ୱତନ୍ତ୍ରତା ପ୍ରତିପାଦନ କରୁଛନ୍ତି । କିଟ୍‌ର ଏଭଳି ଶିକ୍ଷା ସମ୍ମିଳନୀ ଦ୍ୱାରା ଶିକ୍ଷାର୍ଥୀଙ୍କ ପ୍ରତିଯୋଗୀ ବୃଦ୍ଧି ପାଉଛି ବୋଲି କିଟ୍‌ର ଉପକୁଳପତି ପ୍ରଫେସର ସସ୍ମିତାରାଣୀ ସାମନ୍ତ କହିଛନ୍ତି । ଶିକ୍ଷାର ବିକାଶ ଏବଂ ପ୍ରମୁଖ ସ୍ରୋତରେ ଶିକ୍ଷାର୍ଥୀଙ୍କୁ ପହଞ୍ଚାଇବାରେ କିଟ୍‌ର ଭୂମିକା ଗୁରୁତ୍ୱପୂର୍ଣ୍ଣ ବୋଲି ଡକ୍ତର କମଳକୃଷ୍ଣ କୁଣ୍ଟୁ କହିଛନ୍ତି । ତ୍ରିପୁରା ସମେତ ବିଭିନ୍ନ ରାଜ୍ୟରେ ଏଭଳି ସମ୍ମିଳନୀର ଆୟୋଜନ କରାଯାଉଛି । ଆଜି ଆସାମ ଗୌହ୍ଵାଟିରେ ଏଜୁକେସନ ସମ୍ମିଟ ଅନୁଷ୍ଠିତ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.