‘ଆବେ ତୁଝେ ଫୋନ୍‌ କିୟା ଥା’ : ଏମିତି ଅନ୍ଦାଜ୍‌ରେ ଶାହାରୁଖ୍‌ଙ୍କୁ ଜନ୍ମଦିନ ଶୁଭେଚ୍ଛା ଜଣାଇଲେ ସଲମାନ୍‌

ମୁମ୍ବାଇ: ୫୪ରେ ପହଞ୍ଚିଗଲେ କିଙ୍ଗ ଖାନ୍‌ । ବଲିଉଡ୍‌ ସମେତ ସାରା ବିଶ୍ୱରେ ତାଙ୍କ ଜନ୍ମଦିନକୁ ଧୁମ୍‌ଧାମ୍‌ରେ ପାଳନ କରିଛନ୍ତି ଫ୍ୟାନ୍‌ମାନେ । ହେଲେ ଏସବୁ ଭିତରେ ଶାହାରୁଖଙ୍କ ଜଣେ ବଡ଼ ପ୍ରତିଦ୍ୱନ୍ଦ୍ୱୀ କୁହାଯାଉଥିବା ସଲମାନ ଖାନ୍‌ ମଧ୍ୟ ତାଙ୍କ ଜନ୍ମ ଦିନକୁ ନିଆରା ଅନ୍ଦାଜ୍‌ରେ ପାଳନ କରିଛନ୍ତି । ସମସ୍ତଙ୍କ ସହ ମିଶି ‘ହାପି ବାର୍ଥ ଡେ ଟୁ ୟୁ’ ଗୀତ ଗାଇଛନ୍ତି । ଇନଷ୍ଟାଗ୍ରାମ୍‌ରେ ଏହି ଭିଡିଓ ସେୟାର କରିଛନ୍ତି ସଲମାନ୍‌ । ଏହି ଜନ୍ମଦିନ ପାର୍ଟିରେ ସଲମାନ୍‌ଙ୍କ ସହ ସୋନାକ୍ଷୀ ସିହ୍ନା, ଜ୍ୟାକଲିନ୍‌ ଫର୍ଣ୍ଣାଣ୍ଡେଜ୍‌, ସୋହେଲ ଖାନ୍‌, ଆୟୁଷ ଶର୍ମା, ମନୀଷ ପଲ ପ୍ରମୁଖ ଉପସ୍ଥିତ ଅଛନ୍ତି ।
ହାପି ବାର୍ଥ ଡେ କହିବା ପରେ ସଲମାନ୍‌ କହିଛନ୍ତି ‘ଆବେ ତୁଝେ ଫୋନ୍‌ କିୟା ଥା, ଫୋନ୍‌ ତୋ ଉଠା ଲେତେ ମେରା… ’। ଏହାପରେ ସୋନାକ୍ଷୀ କହୁଛନ୍ତି ‘ଭେରୀ ବ୍ୟାଡ୍‌, ଭେରି ବ୍ୟାଡ୍‌’ ।

 

View this post on Instagram

 

Happy bday khan Saab. . Hamare industry ka king khan @iamsrk

A post shared by Chulbul Pandey (@beingsalmankhan) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.