Below header

ମହାରାଷ୍ଟ୍ରର ମୁମ୍ବାଇରେ ଓଡ଼ିଆ ମାନଙ୍କ ରାଜ, ଓଡ଼ିଆ ରାସ୍ତା ସହ ରହିଛି ଓଡ଼ିଆ ସ୍କୁଲ

ଦେଶର ଅନ୍ୟ ରାଜ୍ୟ ପରି ମହାରାଷ୍ଟ୍ରରେ ବି କିଛି କମ୍‌ ଓଡିଆ ନାହାନ୍ତି । କେବଳ ମୁମ୍ବାଇ କଥା ଯଦି ନେବା ତାହାଲେ ଏଠାରେ ଅଛନ୍ତି ପ୍ରାୟ ୧୦ ଲକ୍ଷ ଓଡିଆ । ସେହିପରି ଓଡ଼ିଶାର ବିଭିନ୍ନ ରାସ୍ତାର ନାମକରଣ ପରି ଏଠି ବି ଓଡ଼ିଆ ବୀର , ସ୍ୱାଧୀନତା ସଂଗ୍ରାମୀ ତଥା ଓଡିଆ ଭଗବାନଙ୍କ ନାଁରେ ରାସ୍ତାକୁ ନାମିତ କରାଯାଇଛି । ଆଉ ଏହି ସବୁ ରାସ୍ତା ରହିଛି କୁର୍ଲା ୱେଷ୍ଟ, ସାକିନାକା ଏବଂ ମୁଲୁଣ୍ଡୱେଷ୍ଟରେ । ଯାହାକୁ ନେଇ ଖୁବ୍‌ ଗର୍ବିତ ଓଡ଼ିଆ ।

Image result for roads on odia names in mumbai

ଜଗନ୍ନାଥ ମନ୍ଦିର ମାର୍ଗ , ସ୍ୱତନ୍ତ୍ର ସେନାନୀ ଗୋପବନ୍ଧୁ ଦାସ ମାର୍ଗ ଏବଂ ମହାରାଜା କୃଷ୍ଣଚନ୍ଦ୍ର ଗତପତି ମାର୍ଗ । ଓଡ଼ିଆଙ୍କ ଆରାଧ୍ୟ ଏବଂ ଓଡ଼ିଶାର ମହାପୁରୁଷଙ୍କ ନାମରେ ନାମିତ ଏହି ମାର୍ଗ ଓଡ଼ିଶାରେ ନୁହେଁ ବରଂ ରହିଛି ମୁମ୍ବାଇରେ । ଆଉ ଏହା ସମ୍ଭବ ହୋଇ ପାରିଛି ସେ ଅଞ୍ଚଳରେ ରହୁଥିବା ଓଡ଼ିଆଙ୍କ ପ୍ରଚେଷ୍ଟାରେ । ମହାରାଷ୍ଟ ଥାନେର ମୁଲୁଣ୍ଡ ୱେଷ୍ଟରେ ଏହି ମାର୍ଗକୁ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ନାମରେ ନାମିତ କରାଯାଇଛି । ୨୦୧୬ ଡିସେମ୍ବର ୨୫ରେ ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ୱର୍ଗତ ଅଟଳବିହାରୀ ବାଜପେୟୀଙ୍କ ଜନ୍ମଦିନରେ ଏହା ଉଦ୍‌ଘାଟିତ ହୋଇଥିଲା ।

Related image

ସେହିପରି ସାକିନାକାରେ ରହିଛି ମୁମ୍ବାଇର ସବୁଠାରୁ ପୁୁରୁଣା ଜଗନ୍ନାଥ ମନ୍ଦିର । ତେଣୁ ଜଗନ୍ନାଥଙ୍କ ନାମ ଅନୁସାରେ ଚଳିତ ବର୍ଷରୁ ଏହି ରାସ୍ତାର ନାମ ରହିଛି ଜଗନ୍ନାଥ ମନ୍ଦିର ମାର୍ଗ । ସେପଟେ କୁର୍ଲାୱେଷ୍ଟରେ ରହିଛି ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମାର୍ଗ । ଏହାକୁ ୨୦୧୪ ଜାନୁଆରୀରେ ଉଦ୍‌ଘାଟନ କରାଯାଇଥିଲା । ତେବେ କୁର୍ଲାୱେଷ୍ଟର ଏହି ଅଞ୍ଚଳରେ ବମ୍ବେ ଉତ୍କଳ ସମିତି ସହ ଏକ ଓଡ଼ିଆ ସ୍କୁଲ ବି ରହିଛି ।

କୁର୍ଲା, ମୁଲୁଣ୍ଡ, ସାକିନାକା ପରି ମହାରାଷ୍ଟ୍ରର ବିଭିନ୍ନ ସ୍ଥାନରେ ଏକତ୍ରିତ ଭାବେ ଶହ ଶହ ପ୍ରବାସୀ ଓଡ଼ିଆ ଅଛନ୍ତି । ଯେଉଁମାନଙ୍କ ମଧ୍ୟରୁ ଅଧିକାଂଶ ଏଠାକାର ସ୍ଥାୟୀ ବାସିନ୍ଦା ମଧ୍ୟ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.