ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକାଦେଲା ପ୍ରେମିକ, ଘର ଆଗରେ ଧାରଣା ଦେଲେ ମହିଳା

କବିସୂର୍ଯ୍ୟନଗର: ବିବାହିତା ମହିଳାଙ୍କୁ ପ୍ରେମ କରି ଧୋକାଦେଲା ପ୍ରେମିକ । ବାଧ୍ୟ ହୋଇ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି ମହିଳା । ଗଞ୍ଜାମ କବିସୂର୍ଯ୍ୟନଗର ଥାନା ଅଞ୍ଚଳରେ ଏଭଳି ଘଟଣା ଦେଖିବାକୁ ମିଳିଛି । ବିବାହିତ ମହିଳାଙ୍କ ସହ ସଂପର୍କ ରଖିବା ଅଭିଯୋଗ ଆସିବା ପରେ ସଂପୃକ୍ତ ଯୁବକ ଓ ବିବାହିତା ମହିଳା ଭୟରେ ଘର ଛାଡି ଫେରାର ହୋଇଯାଇଥିଲେ । ପରେ ସଂପୃକ୍ତ ଲୋକଙ୍କ ମଧ୍ୟସ୍ଥରେ ଭୟରେ ଏକାଠି ରହିବାକୁ ନିଷ୍ପତ୍ତି ନେଇ ପ୍ରେମିକର ଘରେ କିଛି ଦିନ ରହିଥିଲେ । ଏବେ ପ୍ରେମିକ ଓ ତାଙ୍କ ପରିବାର ଲୋକେ ଘରେ ତାଲା ପକାଇ ଫେରାର ହୋଇଯାଇଛନ୍ତି । ମହିଳା ଜଣଙ୍କ ଏବେ ପ୍ରେମିକର ଘର ଆଗରେ ଧାରଣା ଦେଇଛନ୍ତି ।

Leave A Reply

Your email address will not be published.