Below header

ଭୟଙ୍କର ରୂପ ନେଉଛି ଆରବ ସାଗରରେ ସୃଷ୍ଟି ବାତ୍ୟା ‘ମହା’, ଗୁଜରାଟ ଓ ଉତ୍ତର ମହାରାଷ୍ଟ୍ରର ଉପକୂଳରେ ରଚିପାରେ ତାଣ୍ଡବ

ଭୟଙ୍କର ରୂପ ନେଉଛି ଆରବ ସାଗରରେ ସୃଷ୍ଟି ବାତ୍ୟା ‘ମହା’ । ସମୁଦ୍ର ପଥରେ ଆଗକୁ ବଢୁଛି । ଗୁଜରାଟ ଉପକୂଳ ଆଡକୁ ଗତି କରୁଛି ବାତ୍ୟା ‘ମହା’ । ଆଜି ବାତ୍ୟା ‘ମହା’ ନେଇପାରେ ଭେରି ସିଭିୟର ସାଇକ୍ଲୋନିକ୍‌ ଷ୍ଟ୍ରର୍ମର ରୂପ ନେଇପାରେ । ଗତ ୬ ଘଣ୍ଟା ହେବ ୧୧ କିଲୋମିଟର ବେଗରେ ଗତି କରୁଛି ବାତ୍ୟା । ବାତ୍ୟା ମହା ଏବେ ଗୁଜୁରାଟଠାରୁ ୫୪୦ କିଲୋମିଟର ଦକ୍ଷିଣ ଦକ୍ଷିଣ ପଶ୍ଚିମ ଦୂରରେ ରହିଛି । ଡିଉ ଠାରୁ ୫୭୦ କିଲୋମିଟର ଦୂରରେ ରହିଛି । ଆସନ୍ତା ୪ ତାରିଖ ପର୍ଯ୍ୟନ୍ତ ଏହା ପଶ୍ଚିମ ଉତ୍ତରପଶ୍ଚିମ ଦିଗରେ ଗତି କରିବ । ବାତ୍ୟା ପ୍ରଭାବରେ ଗୁଜୁରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ସହ ପବନ ଲାଗି ରହିବ । ଗୁଜରାଟ ଓ ଉତ୍ତର ମହାରାଷ୍ଟ୍ରର ଉପକୂଳରେ ତାଣ୍ଡବ ରଚିବ ବୋଲି ଭାରତୀୟ ପାଣିପାଗ ବିଭାଗ ଚେତାବନୀ ଦେଇଛି । ଏହି ସମୟ ମଧ୍ୟରେ ସମୁଦ୍ର ଅଶାନ୍ତ ରହୁଥିବାରୁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ଯିବାକୁ ବାରଣ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.