କିପରି ଆପଣଙ୍କ ଫୋନରେ ପହଁଚିଥାଏ ଏହି ଜାସୁସି ଵାଲା ଆପ, କେମିତି କରିବେ ସୁରକ୍ଷା

ହ୍ୱାଟ୍ସ ଆପ ଜରିଆରେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ହେଉଥିବା ଜାସୁସିକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି । ହ୍ୱାଟ୍ସ ଆପ ତରଫରୁ କହିବା ଅନୁଯାୟୀ ଇଜରୟସର ଏନଏସଓ ନାମକ ଏକ କମ୍ପାନୀ ନିଜର ପିଗସସ ସଫ୍ଟୱାୟାର ଜରିଆରେ ହିଁ ଜାସୁସି କରୁଛି । କମ୍ପାନୀ ତରଫରୁ ଏହା ମଧ୍ୟ କୁହାଯାଇଛିଯେ ଏହି ଆପର ଏକ କଳିଙ୍ଗ ଫିଚର ନଥିବାରୁ ହିଁ ଏହି ଅସୁବିଧା ହେଉଛି । ତେଣୁ କରି ଆପଣ ନିଶ୍ଚିତ ଜାଣି ରଖିବା ଉଚିତ କି ଆପଣଙ୍କ ଫୋନରେ ଏହି ଯାସୁସ ଵାଲା ଆପ କେମିତି ଆସିଥାଏ ଓ ଏହା ଠାରୁ ନିଜ ଫୋନକୁ କିପରି ସୁରକ୍ଷା ଦେବେ । ପ୍ରକୃତରେ ପିଗାସସ ଏମିତି ଏକ ସଫ୍ଟ ୱେୟାର ଯାହାକି କୌଣସି ଡିଭାଇସର ଜାସୁସି ଅତି ଚାଲାକିର ସହ କରିଥାଏ । ଏହି ସଫ୍ଟ ୱେୟାର ୟୁଜର୍ସ ମାନଙ୍କ ଅଜାଣତରେ ଫୋନରେ ରହିଥାନ୍ତି ।

ଏହା ସହ ଫୋନ ଭିତରେ ଥିବା ସମସ୍ତ ଗୁପ୍ତ ତଥ୍ୟ ହେକର୍ଷ ମାନଙ୍କ ପାଖକୁ ପହଞ୍ଚାଇ ଥାଏ । କିନ୍ତୁ ଏହି ସଫ୍ଟ ୱେୟାରର ଆପଣଙ୍କ ଫୋନରେ ଉପସ୍ଥିତିର ପତା ଲଗାଇବା ବହୁତ କଷ୍ଟକର । ଏହା ଆପଣଙ୍କ ଫୋନରେ ଥିଲେ ବି ଏହା ବିଷୟରେ ସହଜରେ ଜଣା ପଡିବ ନାହିଁ । ବିଶେଷ କରି ହ୍ୱାଟ୍ସ ଆପ ଜରିଆରେ ଏହି ଆପ ଜାସୁସି କାମ ଅତି ସହଜରେ କରିପାରିଥାଏ । ପ୍ରକୃତରେ କୌଣସି ଡିଭାଇସରେ ଜାସୁସି ଵାଲା ସଫ୍ଟ ୱେୟାର ବା ଆପକୁ ଏକ ଲିଙ୍କ ଜରିଆରେ ହିଁ ଇଂସ୍ଟଲ କରାଯାଇଥାଏ । ଏହି ଆପ ଗୁଡିକ ବହୁତ ସମୟରେ କୌଣସି ଥାର୍ଡ଼ ପାର୍ଟି ଲିଙ୍କ ଦ୍ଵାରା ହିଁ ଆସିଥାଏ । ଏହି ଥାର୍ଡ଼ ପାର୍ଟି ଲିଙ୍କ ଜରିଆରେ ହିଁ ଅଧିକ ଅସୁବିଧା ସୃଷ୍ଟି ହୋଇଥାଏ । ଆହୁରି ମଧ୍ୟ ଯଦି ଆପଣଙ୍କ ଫୋନ ବାରମ୍ବାର କ୍ରାସ ହେଉଛି ତେବେ ଆପଣ ଆଗୁଆ ସତର୍କ ହୋଇଯିବା ଉଚିତ ହେବ।

ଏହା ସହ ପଢନ୍ତୁ: Tiktok କମ୍ପାନୀ ByteDance ଲଞ୍ଚ୍‌ କଲା ପ୍ରଥମ ସ୍ମାର୍ଟଫୋନ୍‌, ଜାଣନ୍ତୁ ଫିଚର ଓ ଦାମ୍‌

ଏହା ବ୍ୟତୀତ ଆପଣଙ୍କ ଫୋନରେ ଯଦି କୌଣସି ଅଜଣା ଫୋଲ୍ଡର ଦେଖାଯାଉଛି ତେବେ ମଧ୍ୟ ଆପଣ ସାବଧାନ ହେଇଯିବା ଉଚିତ । ଯଦି କେବେ ଆପଣ ନିଜ ଫୋନରେ କୌଣସି ସନ୍ଦିଗ୍ଧ ଆପକୁ ଦେଖିବେ ତେବେ ପ୍ରଥମେ ଇଣ୍ଟରନେଟ କନେକ୍ସନ ବନ୍ଦ କରିଦିଅନ୍ତୁ । ପରେ ସେହି ଫୋନର ଡାଟା କ୍ଲିୟର କରି ସେହି ଆପକୁ ଡିଲିଟ କରିଦିଅନ୍ତୁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.