Below header

ବ୍ୟାଙ୍କକ୍‌ରେ ପ୍ରବାସୀ ଭାରତୀୟଙ୍କୁ ମୋଦିଙ୍କ ସମ୍ବୋଧନ, ଧାରା ୩୭୦ ଉଛେଦ ପ୍ରସଙ୍ଗରେ ଭାଷଣ

ବ୍ୟାଙ୍କକ୍‌ରେ ମୋଦି କ୍ରେଜ୍‌ । ଥାଇଲାଣ୍ଡ ଗସ୍ତର ଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗତକାଲି ବ୍ୟାଙ୍କକ୍‌ରେ ପ୍ରବାସୀ ଭାରତୀୟଙ୍କୁ ସମ୍ବୋଧିତ କରିଛନ୍ତି। ଜମ୍ମୁ-କାଶ୍ମୀରରୁ ଧାରା ୩୭୦ ଉଛେଦ ପ୍ରସଙ୍ଗ ଉଠାଇ ମୋଦି କହିଥିଲେ, ଅସମ୍ଭବ ମନେ ହେଉଥିବା କାର୍ଯ୍ୟକୁ ତାଙ୍କ ସରକାର ସମ୍ଭବ କରିଛନ୍ତି। ଯେତେବେଳେ ଠିକ୍‌ ନିଷ୍ପତ୍ତି ନିଆଯାଇଥାଏ, ସେତେବେଳେ ଏହା ସାରା ବିଶ୍ୱରେ ପ୍ରତିଧ୍ୱନିତ ହୁଏ । ଜମ୍ମୁ-କାଶ୍ମୀରରେ ଆତଙ୍କବାଦ ଆଉ ବିଛିନ୍ନତାବାଦର ମଞ୍ଜି ବୁଣାଯାଉଥିଲା। ଏହାକୁ ସବୁଦିନ ପାଇଁ ବନ୍ଦ କରିବାକୁ ସରକାର ୩୭୦ ଧାରାର ଉଛେଦର ନିଷ୍ପତ୍ତି ନେଇଥିଲେ । ଲୋକେ ଛିଡା ହୋଇ ମୋଦିଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଥିଲା। ଲୋକଙ୍କର ଏହି ଜୟଗାନ ଭାରତର ସଂସଦ ଓ ସାଂସଦଙ୍କ ପାଇଁ ବୋଲି ମୋଦି କହିଥିଲେ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.