ଆଜି ଭାରତ-ବାଂଲାଦେଶ ମଧ୍ୟରେ ପ୍ରଥମ ଟି-ଟେ୍ଵଣ୍ଟି, ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ହେବ ମୁକାବିଲା

ଆଜି ଭାରତ-ବାଂଲାଦେଶ ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟେ୍ଵଣ୍ଟି । ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ରେ ହେବ ପ୍ରଥମ ମୁକାବିଲା । ଘରୋଇ ଗ୍ରାଉଣ୍ଡରେ ଭଲ ପ୍ରଦର୍ଶନ କରି ସିରିଜ୍‌ କବ୍‌ଜା ଲକ୍ଷ୍ୟରେ ରହିଛି ଟିମ୍‌ ଇଣ୍ଡିଆ । ନିୟମିତ ଅଧିନାୟକ ବିରାଟ କୋହଲୀଙ୍କୁ ଟ୍ଵି-ଟେ୍ଵଣ୍ଟି ସିରିଜ୍‌ରୁ ବିଶ୍ରାମ ଦିଆଯାଇଛି । ତାଙ୍କ ସ୍ଥାନରେ ରୋହିତ ଶର୍ମା ଅଧିନାୟକ ଦାୟିତ୍ୱ ତୁଲାଇବେ । ତେବେ ଟି-ଟେ୍ଵଣ୍ଟି ସିରିଜ୍‌ରେ ରୋହିତଙ୍କ ପ୍ରଦର୍ଶନ ଉପରେ ସମସ୍ତଙ୍କ ନଜର ରହିବ । ରୋହିତ ଏବେ ଭଲ ଫର୍ମରେ ଅଛନ୍ତି । ଗତ ଟେଷ୍ଟ ସିରିଜ୍‌ରେ ପ୍ରଥମ ଥର ଓପନ୍‌ କରିବାକୁ ସୁଯୋଗ ମିଳିଥିବା ବେଳେ ଦୁଇଟି ଶତକ କରିଥିଲେ ରୋହିତ ।

ସେହିପରି ଆଜି ଟିମ୍‌ ଇଣ୍ଡିଆ କିଛି ଯୁବ ଖେଳାଳିଙ୍କୁ ନେଇ ପଡ଼ିଆକୁ ଓହ୍ଲାଇପାରେ । ପ୍ଲେଇଂ ଇଲ୍ଲେଭେନ୍‌ରେ ସଞ୍ଜୁ ସାମ୍‌ସନ୍‌ଙ୍କୁ ସୁଯୋଗ ମିଳିପାରେ । ସେହିପରି ଅଲରାଉଣ୍ଡର ହାର୍ଦ୍ଦିକ୍‌ ପାଣ୍ଡ୍ୟାଙ୍କ ସ୍ଥାନରେ ସାମିଲ ହୋଇପାରନ୍ତି ନବାଗତ ଶିବମ ଦୁବେ । ୨ ପେସ୍‌ ବୋଲିର ଓ ତିନି ଜଣ ସ୍ପିନରଙ୍କୁ ନେଇ ଦଳ ପଡ଼ିଆକୁ ଓହ୍ଲାଇପାରେ । ସେହିପରି ବାଂଲାଦେଶରେ ସାକିବ୍‌ ଅଲ ହସନ୍‌, ତାମିମ ଇକ୍‌ବାଲ୍‌, ମସ୍ରାଫି ମୋର୍ତୋଜା, ସୈଫଦ୍ଦିନ୍‌ଙ୍କ ପରି ଅଭିଜ୍ଞ ଖେଳାଳି ରହିଛନ୍ତି । ତେଣୁ ଭାରତ ବିପକ୍ଷରେ ବିଜୟ ହାସଲ କରିବାକୁ ଚେଷ୍ଟା କରିବ ଭ୍ରମଣକାରୀ ଦଳ । ତେବେ ଏସବୁ ଭିତରେ ଦିଲ୍ଲୀରେ ପ୍ରବଳ ପ୍ରଦୂଷଣ ଲାଗି ରହିଛି । ପ୍ରଦୂଷଣ ଯୋଗୁ ଅରୁଣ ଜେଟ୍‌ଲୀ ଷ୍ଟାଡିୟମ୍‌ର ପିଚ୍‌କୁ ଘୋଡାଇ ଦିଆଯାଇଛି ।

Leave A Reply

Your email address will not be published.