Below header

ହଜାର ହଜାର ଲୋକଙ୍କୁ ରୋଜଗାର ଯୋଗାଉଛି ଧାନ ନଡ଼ା , ଜାଣନ୍ତୁ କେଉଁଠି

ସାରା ଦେଶରେ ଦିନ କୁ ଦିନ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି । ବିଶେଷ କରି ଦିଲ୍ଲୀ ଓ ଏହାର ଆଖପାଖ ଅଞ୍ଚଳରେ ହିଁ ପ୍ରଦୂଷଣର ମାତ୍ରା ଅଧିକ ହେଉଥିବା ଦେଖାଯାଏ । ଗାଡି ମଟରର ଧୂଆଁ, କଳକାରଖାନାର ସଂଖ୍ୟା ବଢିବା ସହ ଜନ ସଂଖ୍ୟାର ବୃଦ୍ଧିକୁ ଏହାର ବିଶେଷ କାରଣ ଭାବେ ଧରା ଯାଉଛି । କିନ୍ତୁ ବିଶେଷ ଭାବେ ଦିଲ୍ଲୀ ତଥା ଏହାର ଆଖପାଖ ଅଞ୍ଚଳରେ ଚାଷକାର୍ଯ୍ୟ ପରେ ନଡ଼ା ତଥା ଅନ୍ୟାନ ବଳକା ଜିନିଷ ଗୁଡିକ ଜାଳିବା ଦ୍ୱାରା ମଧ୍ୟ ପ୍ରଦୂଷଣର ମାତ୍ରା ଅଧିକ ହୋଇଥାଏ । ଏହାର ଅଧିକ ଦୋଷ ପଞ୍ଜାବ ଓ ହରିୟାଣାର କୃଷକ ମାନଙ୍କୁ ହିଁ ଦିଆଯାଇଥାଏ । କିନ୍ତୁ ବାସ୍ତବରେ ଦେଖିବାକୁ ଗଲେ ଏହା ସତ ନୁହେଁ । ହରିୟାଣାର ଜଣେ ହେଲେବି ଚାଷୀ ଆଉ ଚାଷ ପରର ନଡ଼ା କୁ ଜଳଉ ନାହାନ୍ତି । ବରଂ ଏଥିରୁ ସେମାନେ ଭିନ୍ନ ଉପାୟରେ ରୋଜଗାରର ପନ୍ଥା ପାଇ ପାରିଛନ୍ତି ।

stubble

ଏହି ରାଜ୍ୟର କଇଥଲା ଅଂଚଳର ପ୍ରାୟ ୧୦,୦୦୦ ଲୋକେ ଏହି ସବୁ ନଡ଼ାରୁ ବର୍ଷକୁ ପ୍ରାୟ ୧୦୦ କୋଟି ଟଙ୍କା ରୋଜଗାର କରି ପାରୁଛନ୍ତି । ଏହି ବ୍ୟବସାୟଟି ପ୍ରାୟ ୧୦ ବର୍ଷ ହେବ ଚାଲିଆସୁଛି । ଏଥିପାଇଁ କଇଥାଳ, ପୁଂଡ଼େରି, କାଳୟତ ପରି ଅଞ୍ଚଳରେ କିଛି ପ୍ଲାଣ୍ଟ ସ୍ଥାପନ କରାଯାଇଛି । ଯେଉଁଠାରେ ବର୍ଷର ଧାନ ଚାଷ ପରେ ପରେ ବଳି ଯାଇଥିବା ନଡ଼ା ଗୁଡିକୁ ଏକାଠି କରାଯାଏ , ପରେ ସେଗୁଡିକୁ ପ୍ୟାକିଂ କରାଯାଇ ଦେଶର ପ୍ରାୟ ୧୫ ଗୋଟି ରାଜ୍ୟକୁ ପଠା ଯାଉଛି । ଏହି ଅଞ୍ଚଳରେ ନଡ଼ାରୁ ଏଥୋନେଲ ବାହାର କରାଯିବାର ଯୋଜନା କରାଯାଉଛି । ଏଣୁ ଭବିଷ୍ୟତରେ ଏହି ନଡ଼ା ଗୁଡିକର ଦାମ ଆହୁରି ଅଧିକ ହେବ ବୋଲି ଅନୁମାନ କରାଯାଉଛି । ପ୍ରାୟ ଦଶ ବର୍ଷ ତଳେ କିଛି ଲୋକ କୃଷି ବିଜ୍ଞାନ କେନ୍ଦ୍ରରୁ ପ୍ରଶିକ୍ଷଣ ପାଇଁ ଏହି ନଡ଼ା ଗୁଡିକୁ ଏଗୁଡ଼ିକୁ ନଜଳାଇ ବିକ୍ରି କରିବା ଆରମ୍ଭ କରିଥିଲେ । ପ୍ରଥମେ ପ୍ରଥମେ ଚାଷୀ ମାନେ ବିନା କୌଣସି ଶୁଳ୍କରେ ନିଜ କ୍ଷେତରୁ ସେହି ନଡ଼ା ଗୁଡିକୁ ଦେଇ ଦେଉଥିଲେ ।

ଏହା ସହ ପଢନ୍ତୁ: ମହାରାଷ୍ଟ୍ରର ମୁମ୍ବାଇରେ ଓଡ଼ିଆ ମାନଙ୍କ ରାଜ, ଓଡ଼ିଆ ରାସ୍ତା ସହ ରହିଛି ଓଡ଼ିଆ ସ୍କୁଲ

କିନ୍ତୁ ପରେ ଏହାର ଦାମ ନେବା ଆରମ୍ଭ କରିଥିଲେ । ପ୍ରଥମେ ଏକର ପିଛା ୧୦୦୦ ଟଙ୍କା, ପରେ ୨୦୦୦ ଟଙ୍କା ଓ ପରେ ୪୦୦୦ ଟଙ୍କା ପର୍ଯ୍ୟନ୍ତ ଦର ନେଇଥିଲେ । ଏହାର ଦାମ ଭବିଷ୍ୟତରେ ଆହୁରି ମଧ୍ୟ ବଢ଼ିଯାଇପାରେ । ପରେ ଏଗୁଡ଼ିକୁ ପ୍ଲାଣ୍ଟ ଗୁଡିକରେ ଏକର ପିଛା ୨୨୦ ଟଙ୍କା ହିସାବରେ ବିକ୍ରି କରାଥାଏ । ଏହି ପ୍ଲାଣ୍ଟ ଗୁଡିକରେ ଏହି ନଡ଼ା ଗୁଡିକୁ ଗଣ୍ଠି ବନ୍ଧା ଯାଇଥାଏ ମହାରାଷ୍ଟ୍ର,ଗୁଜୁରାଟ, ରାଜସ୍ଥାନ, ମଧ୍ୟପ୍ରଦେଶ, ଜାମ୍ମୁ କାଶ୍ମୀର ପରି ରାଜ୍ୟ ମାନଙ୍କୁ ପଠାଯାଇଥାଏ । ପ୍ରତି ପ୍ଲାଣ୍ଟରେ ପ୍ରାୟ ୧୦୦୦ରୁ ଅଧିକ ଲୋକ ରୋଜଗାରର ପାଇପାରିଛନ୍ତି । ଜଣେ ବ୍ୟବସାୟୀଙ୍କ କହିବା ଅନୁଯାୟୀ ଏଠାକାର ଜଣେ ହେଲେ କୃଷକ ଏହାକୁ ନିଆଁ ଲଗାଇ ନଥାନ୍ତି । ନଡ଼ାରୁ ପ୍ରସ୍ତୁତ ହେଉଥିବା ଏଥୋନେଲ ପେଟ୍ରୋଲ ତିଆରି କାମରେ ଲଗାଯାଇଥାଏ । ଜଣେ ସ୍ଥାନୀୟ କୃଷକଙ୍କ କହିବା ଅନୁଯାୟୀ ଏବେ ଧାନ ତୁଳନାରେ ଏହି ନଡ଼ା ଗୁଡିକର ଚାହିଦା ବଢ଼ିବାରେ ଲାଗିଛି । ଏମିତିକି କ୍ୱିଣ୍ଟାଲ ପିଛା ଏହାର ଦାମ ୪ ରୁ ୫ ହଜାରରେ ପହଞ୍ଚିଛି ।

ଜଣେ କୃଷି ବିଜ୍ଞାନ କେନ୍ଦ୍ରର ବୈଜ୍ଞାନିକଙ୍କ ଅନୁଯାୟୀ ଏହି ନଡ଼ା ଏବେ ଏଠାକାର ଲୋକଙ୍କ ରୋଜଗାରର ପନ୍ଥା ପାଲଟି ପାରିଛି । ତାଙ୍କ ଅନୁସାରେ ଏହା ଏକ ଭଲ ବିକଳ୍ପ ମଧ୍ୟ । ଯାହାଦ୍ୱାରା ପରିବେଶ ପ୍ରଦୂଷଣ ହେବ ନାହିଁ କି ଏଣେ ତେଣେ ଅଳିଆ ଆବର୍ଜନା ପଡିବ ନାହିଁ ଓ ଏହା ମାଧ୍ୟମରେ କିଛି ଆୟ ମଧ୍ୟ କରାଯାଇପାରିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.