Below header

ଜୁନାଗଡ଼ରେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ ଯୁବତୀ ଜଣଙ୍କ ୭ ମାସର ଗର୍ଭବତୀ, ପୋଲିସର ଅଭିଯୋଗ ନକରିବାକୁ ପଡୁଛି ଚାପ

ପୁଣି ଚର୍ଚ୍ଚାରେ କଳାହାଣ୍ଡି । ଜଣେ ଦିବ୍ୟାଙ୍ଗ ଯୁବତୀଙ୍କୁ ଦୁଷ୍କର୍ମ ଅଭିଯୋଗ । ଜୁନାଗଡ଼ ଅଞ୍ଚଳର ବିବାହିତ ଯୁବକଙ୍କ ନାଁରେ ଆସିଛି ଅଭିଯୋଗ । ଯୁବତୀ ଜଣଙ୍କ ଗାଁ ଗଉନ୍ତିଆଙ୍କ ଘରେ କାମ କରୁଥିଲେ । ତାଙ୍କ ଘରର ବିବାହିତ ଯୁବକ ତାଙ୍କୁ ବାରମ୍ବାର ଦୁଷ୍କର୍ମ କରିଥିବା ସେ ଅଭିଯୋଗ କରିଛନ୍ତି । ପୀଡ଼ିତା ଯୁବତୀ କଥା କହି ପାରୁନାହାନ୍ତି । ପରିବାର ଲୋକେ ଡାକ୍ତରଙ୍କୁ ଦେଖାଇବାରୁ ସେ ୭ ମାସ ଗର୍ଭବତୀ ଥିବା ଜଣାପଡ଼ିଥିଲା । ଏହା ପରେ ଗାଁରେ କଙ୍ଗାରୁ କୋର୍ଟ ବସିଥିଲା । ସର୍ବସମ୍ମୁଖରେ ଯୁବକ ଗାଁ ଗଉନ୍ତିଆଙ୍କ ପୁଅକୁ ଚିହ୍ନଟ କରିଥିଲେ । କିନ୍ତୁ ଗଉନ୍ତିଆଙ୍କ ପରିବାର ଏପରି ଅଭିଯୋଗକୁ ଖଣ୍ଡନ କରିଛନ୍ତି । ପୋଲିସରେ ଅଭିଯୋଗ ନକରିବାକୁ ଚାପ ପକାଉଥିବା ପୀଡ଼ିତା ଅଭିଯୋଗ କରିଛନ୍ତି । ତେବେ ପୀଡ଼ିତା ନ୍ୟାୟ ପାଇଁ କଳାହାଣ୍ଡି ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.