Below header

ରାଜଧାନୀରୁ ୨ଜଣ ଦଶମ ଶ୍ରେଣୀ ଛାତ୍ର ନିଖୋଜ: ଖୋଜୁଛି ପୋଲିସ ଓ ପରିବାର

ରାଜଧାନୀର ଏକ ଘରୋଇ ସ୍କୁଲର ଛାତ୍ର ନିଖୋଜ ହୋଇଛନ୍ତି । ଗତକାଲି ଦଶମ ଶ୍ରେଣୀର ଛାତ୍ର ପୃଥ୍ୱିରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ରାତି ହୋଇଗଲା ପଛେ କିନ୍ତୁ ଘରକୁ ଫେରିନଥିଲେ । ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ବାପା ମାଆ ଅଭିଯୋଗ କରିଛନ୍ତି।

ଭୁବନେଶ୍ୱର (କେନ୍ୟୁଜ): ନିଖୋଜ ହେଲେ ଦୁଇ ଦଶମ ଶ୍ରେଣୀ ଛାତ୍ର। ରାଜଧାନୀର ଏକ ଘରୋଇ ସ୍କୁଲର ଛାତ୍ର ନିଖୋଜ ହୋଇଛନ୍ତି । ଗତକାଲି ଦଶମ ଶ୍ରେଣୀର ଛାତ୍ର ପୃଥ୍ୱିରାଜ ପ୍ରଧାନ ଓ ସୋନୁ କୁମାର ସ୍କୁଲ ଆସିଥିଲେ । ହେଲେ ଘରକୁ ଫେରି ନଥିଲେ ଦୁଇ ନାବାଳକ। ସକାଳୁ ରାତି ଯାଏ ଖୋଜିଖୋଜି କରି ନୟାନ୍ତ ହେଲେ ଦୁଇ ନାବାଳକଙ୍କ ବାପା ମାଆ ଓ ପରିବାର ଲୋକେ। ଏନେଇ ସ୍ଥାନୀୟ ଚନ୍ଦକା ଥାନରେ ବାପା ମାଆ ଅଭିଯୋଗ କରିଛନ୍ତି।

ଅଭିଯୋଗ ପରେ ପୋଲିସ ସ୍କୁଲର ଅଧ୍ୟକ୍ଷାଙ୍କୁ ପଚରାଉଚରା କରିଛି। ଏଥିସହ ସ୍କୁଲରେ ଲାଗିଥିବା ସିଟିଟିଭି ଓ ସ୍କୁଲ ରାସ୍ତାରେ ଲାଗିଥିବା ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି। ଏହି ଦୁଇ ଛାତ୍ରଙ୍କୁ କିଏ ଅପହରଣ କରି ନେଇ ପରିବାର ଲୋକେ ସନ୍ଦେହ କରୁଛନ୍ତି। ପୁଲିସ ଦୁଇ ଛାତ୍ରଙ୍କ ସାଙ୍ଗସାଥୀଙ୍କୁ ପଚରାଉଚରା କରିବା ସହ ପରିବାର ଲୋକଙ୍କ ପଚରାଉଚର ଜାରି ରଖିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.