କାଲିଫର୍ଣ୍ଣିଆରେ ଉଡ଼ିବାର କିଛି ସମୟ ପରେ ଓଲଟା ହୋଇ ଖସିପଡ଼ିଲା ବିମାନ; ଜଣେ ଯାତ୍ରୀ ମୃତ, ୩ ଆହତ

ଆମେରିକାର କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ଦକ୍ଷିଣ କାଲିଫର୍ଣ୍ଣିଆରେ ବିମାନଟି ଉଡ଼ିବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଆମେରିକାର କାଲିଫର୍ଣ୍ଣିଆରେ ଏକ ବିମାନ ଦୁର୍ଘଟଣା ଘଟିଛି। ଏଥିରେ ଜଣେ ଯାତ୍ରୀଙ୍କର ମୃତ୍ୟୁ ହୋଇଛି। ୩ ଜଣ ଆହତ ହୋଇଥିବା ବେଳେ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କୁହାଯାଉଛି ଯେ ଦକ୍ଷିଣ କାଲିଫର୍ଣ୍ଣିଆରେ ବିମାନଟି ଉଡ଼ିବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ବିମାନଟି ଛୋଟ ଥିଲା ଏବଂ ଏଥିରେ ମୋଟ ୪ ଜଣ ଯାତ୍ରୀ ଥିଲେ। ଏହି ଦୁର୍ଘଟଣା ଏକ ପାର୍କରେ ଘଟିଛି। ବିମାନଟି ପାର୍କରେ ଓଲଟା ହୋଇ ଖସିପଡ଼ିଛି। ସେପଟେ ଏହି ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ଭୟଭୀତ ହୋଇ ପଡ଼ିଥିଲେ। ସାହାଯ୍ୟ ପାଇଁ ଏଣେତେଣେ ଦୌଡ଼ିଥିଲେ। ପରେ ସୂଚନା ପାଇ ରିଲିଫ୍‌ ଏବଂ ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚିଥିଲେ।

ଫେଡେରାଲ୍ ଆଭିଏସନ୍ ଆଡମିନିଷ୍ଟ୍ରେସନ୍ କହିଛି ଯେ ସିଙ୍ଗଲ୍ ଇଞ୍ଜିନ୍ ସେସନା-୧୭୨ ବିମାନ ମଙ୍ଗଳବାର ଦିନ ପ୍ରାୟ ୨ଟା ୪୫ରେ ମୁରିଏଟାସ୍ଥିତ ଫ୍ରେଞ୍ଚ୍‌ ଭ୍ୟାଲି ବିମାନବନ୍ଦରରୁ ଉଡ଼ାଣ ଭରିଥିଲା। ବିମାନରେ ୪ ଜଣ ଲୋକ ଥିଲେ। ଏହା ଉଡ଼ିବାର କିଛି ସମୟ ପରେ ହିଁ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହି ଦୁର୍ଘଟଣା ଲସ୍ ଏଞ୍ଜେଲସ୍‌ଠାରୁ ପାଖାପାଖି ୧୩୫ କିଲୋମିଟର ଦୂର ଦକ୍ଷିଣ-ପୂର୍ବରେ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.