ଅନ୍ଧବିଶ୍ବାସ ଓ ଲୋଭର କୁପରିଣତି: ସୁନାକଳସ ପାଇବା ପାଇଁ ପଶୁ ବଳି

ସୁନା ଓ ସୁନା କଳସ ପାଇବାକୁ ପୂଜାର୍ଚ୍ଚନା । ଗୁଣିଆଙ୍କ ନିର୍ଦ୍ଦେଶରେ ଦିଆଗଲା ବୋଦା ଓ କୁକୁଡ଼ା ବଳି । ପୂଜାର୍ଚ୍ଚନା ପରେ ସୁନା ପାଇବାକୁ ଗାତ ଖୋଳା ଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟିଗାଡୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ ।

ନୟାଗଡ (କେନ୍ୟୁଜ): ସୁନା ଓ ସୁନା କଳସ ପାଇବାକୁ ପୂଜାର୍ଚ୍ଚନା । ଗୁଣିଆଙ୍କ ନିର୍ଦ୍ଦେଶରେ ଦିଆଗଲା ବୋଦା ଓ କୁକୁଡ଼ା ବଳି । ପୂଜାର୍ଚ୍ଚନା ପରେ ସୁନା ପାଇବାକୁ ଗାତ ଖୋଳା ଯାଇଛି । ନୟାଗଡ ଜିଲ୍ଲା ଦଶପଲ୍ଲା ବ୍ଲକ ମିଟିଗାଡୁ ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗ୍ରାମର ରତ୍ନାକର ଜାନି ସୁନାକଳଶ ଓ ସୁନା ପାଇବା ଲୋଭରେ ପଡିଥିଲେ । ଗୁଣିଆ କଥାରେ ଜଙ୍ଗଲରେ ପୂଜା କରିବା ସହ ପଶୁପକ୍ଷୀ ବଳି ଚଢ଼ାଇଥିଲେ ।

ଏକଥା ଜାଣିବା ପରେ ଘଟଣାସ୍ଥଳରେ ପହଞ୍ଚି ବିରୋଧ କରିଥିଲେ ଗାଁଲୋକ । ଏନେଇ ଗ୍ରାମବାସୀ ବାଣିଗୋଛା ଥାନାରେ ଅଭିଯୋଗ କରିଛନ୍ତି । ଘଟଣାସ୍ଥଳରେ ଥାନା ଅଧିକାରୀ ପହଞ୍ଚି ସବୁ କାମ ବନ୍ଦ କରିବା କରିଥିଲେ । ସୁନା ଲୋଭରେ ପୂଜାର୍ଚ୍ଚନା କରୁଥିବା ରତ୍ନାକର ଓ ଅନ୍ୟମାନଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ଖୋଳତାଡ ଜାରି ରହିଛି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.