Below header

ଧସିଲା ଦିଲ୍ଲୀର ଜନକପୁରୀ ରାସ୍ତା, ସୃଷ୍ଟି ହେଲା ୧୦ ଫୁଟର ଗାତ

ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ଜନକପୁରୀ ଅଞ୍ଚଳର ରାସ୍ତା ହଠାତ୍‌ ଦବିଗଲା ।ଆଉ ରାସ୍ତାରେ ୧୦ ଫୁଟର ଚଉଡାରେ ଗାତ ହୋଇଛି । ରାସ୍ତା ମଝିରେ ଏତେ ବଡ଼ ଗାତ ହେବାରୁ ଯିବା ଆସିବାରେ ଲୋକମାନେ ଅସୁବିଧା ଭୋଗୁଛନ୍ତି ।

ପଶ୍ଚିତ ଦିଲ୍ଲୀର ଜନକପୁରୀ ଅଞ୍ଚଳର ରାସ୍ତା ହଠାତ୍‌ ଦବିଯାଇଛି । ସୃଷ୍ଟି ହେଲା ବିରାଟକାୟ ଗାତ । କିନ୍ତୁ ସୌଭାଗ୍ୟର କଥା ଏଥିରେ କାହାର କିଛି କ୍ଷତି ହୋଇନି । ଆଉ ରାସ୍ତାରେ ୧୦ ଫୁଟର ଚଉଡାରେ ଗାତ ହୋଇଛି । ଦିଲ୍ଲୀରେ ଆଜି ସକାଳୁ ଏହି ଘଟଣା ଦେଖିବାକୁ ମିଳିଛି । ରାସ୍ତା ତଳେ ପାଣି ପାଇପ ଲାଇନ ନିଆଯାଉଥିଲା । ଫଳରେ ପାଇପ ଲିକ୍‌ ହୋଇ ରାସ୍ତା ଧସିଥିବା ସ୍ଥାନୀୟ ବିଧାୟକ କହିଛନ୍ତି ।

ଲଗାଣ ବର୍ଷାରେ ବେହାଲ ହୋଇଛି ରାଜଧାନୀ ଦିଲ୍ଲୀ । ଆଜି ସକାଳୁ ଜନକପୁରୀ ଅଞ୍ଚଳ ରୋଡ୍‌ର ଏକ ବଡ ଅଂଶ ଧସେଇ ଯାଇଥିଲା । ରୋଡରେ ସୃଷ୍ଟି ହୋଇଥିଲା ବିରାଟ ଗାତ । ରାସ୍ତା ମଝିରେ ଏତେ ବଡ଼ ଗାତ ହେବାରୁ ଯିବା ଆସିବାରେ ଲୋକମାନେ ଅସୁବିଧା ଭୋଗୁଛନ୍ତି । ପୋଲିସ ବ୍ୟାରିକେଡ କରି ରାସ୍ତାକୁ ବନ୍ଦ କରିଛି । ଗାତ ଦେଖିବାକୁ ଲୋକଙ୍କ ଭିଡ଼ ଲାଗିଛି ।

କିଛିଦିନ ତଳେ ବର୍ଷା ହେବାରୁ ରାସ୍ତାରେ ଥିବା ଗାତରେ ପଶିଯାଇଥିଲା ଅଟୋ। ଫଳରେ ଅଟୋ ଚାଳକଙ୍କ ମୃତ୍ୟୁ ହୋଇଥିଲା । ତେବେ ଏହି ଘଟଣା ସାମ୍ନାକୁ ଆସିବା ପରେ ଦିଲ୍ଲୀ ସରକାରଙ୍କୁ ସୋସିଆଲ ମିଡିଆରେ ୟୁଜର୍ସ ମଜା ଉଡାଉଛନ୍ତି ।

ସୂଚନାଯୋଗ୍ୟ, ଦିଲ୍ଲୀର ଜନକପୁରୀ ଡିଷ୍ଟ୍ରିକ ସେଣ୍ଟର ପାଖରେ ଅକ୍ଟୋବର ୨୦୨୨ରେ ଏକ ରାସ୍ତା ଧସିବା ଘଟଣା ସାମ୍ନାକୁ ଆସିଥିଲା । ଏହି ରାସ୍ତା ନଜଫଗଡରୁ ଜନକପୁରୀ ସୁପର ସ୍ପେଶାଲିଟି ହସପିଟାଲକୁ ଯୋଡୁଥିଲା ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.