ଭିଜିଲାନ୍ସ ହାତରେ ଧରାପଡ଼ିଲେ ରାଜସ୍ବ ନିରୀକ୍ଷକ, ୨୫ ହଜାର ଟଙ୍କା ନେଉଥିଲେ ଲାଞ୍ଚ

ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ।

ମାଲକାନଗିରି (କେନ୍ୟୁଜ): ଭିଜିଲାନ୍ସ ଜାଲରେ ଛନ୍ଦି ହୋଇ ପଡ଼ିଛନ୍ତି ରାଜସ୍ବ ନିରୀକ୍ଷକ। ୨୫ ହଜାର ଟଙ୍କା ଲାଞ୍ଚ ନେଇଥିବା ଅଭିଯୋଗରେ ରାଜସ୍ବ ନିରୀକ୍ଷକଙ୍କୁ ମାଡି ବସିଲା ଭିଜିଲାନ୍ସ। ମାଲକାନଗିରି ତହସିଲ ସିନ୍ଦ୍ରୀମାଳ ଆରଆଇ ସୀମାଞ୍ଚଳ ସାହୁଙ୍କୁ ଟଙ୍କା ସହ ଧରିଛି ଭିଜିଲାନ୍ସ।

ସିନ୍ଦ୍ରୀମାଳ RI ସୀମାଞ୍ଚଳ ସାହୁ ଜଣେ ହିତାଧିକାରୀ ସନ୍ଧ୍ୟାରାଣୀ ମଣ୍ଡଳଙ୍କ ଠାରୁ ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଏୟାରଷ୍ଟ୍ରିପ ନିର୍ମାଣରେ ହରାଇଥିବା ଜମି କ୍ଷତିପୂରଣ କରାଇଦେବା ପାଇଁ ୩୫ ହଜାର ଟଙ୍କା ଧାର୍ଯ୍ୟ ହୋଇଥିଲା। RI ପୂର୍ବରୁ ୧୦ ହଜାର ଟଙ୍କା ନେଇଥିଲେ । ପୁଣି ୨୫ ହଜାର ଟଙ୍କା ନେଲା ବେଳେ ଧରିଲା ମାଲକାନଗିରି ଭିଜିଲାନ୍ସ ଟିମ୍‌ । ସୂଚନା ଦେଇଛନ୍ତି ମାଲକାନଗିରି ଭିଜିଲାନ୍ସ DSP ସୁଶାନ୍ତ କୁମାର ବିଶ୍ଵାଳ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.