Below header

ଟମାଟୋ ଦେଉଛି ଟେନସନ୍ ! ମୁଣ୍ଡରେ ହାତ ଦେଲେଣି ଖାଉଟି

ବଜାରରେ ଟମାଟୋ ଦର ଆକାଶ ଛୁଆଁ। ସପ୍ତାହକରେ ୧୦୦ ପାର୍ କରିଛି ଟମାଟୋ ଦର। ଗୋଟିଏପଟେ ରାସନ୍ ଓ ଅନ୍ୟପଟେ କଞ୍ଚା ପରିବାର ମହଙ୍ଗା ଦରରେ ସନ୍ତୁଳି ହେଉଥିବା ଖାଉଟି ଟମାଟୋ ଭଳି ପରିବାରେ ହଠାତ୍ ଅହେତୁକ ଦରବୃଦ୍ଧିକୁ ସହଜରେ ହଜମ କରିପାରୁ ନାହାନ୍ତି।

ନୂଆଦିଲ୍ଲୀ : ପେଟ୍ରୋଲଠୁ ବି ମହଙ୍ଗା ଟମାଟୋ । ଗୋଟିଏ ଲିଟର ପେଟ୍ରୋଲ ଦାମ୍‌ ଯେତିକି ତାଠୁ ଅଧିକ ଟଙ୍କାରେ ବିକ୍ରି ହେଉଛି କିଲେ ଟମାଟୋ । ଦେଶର କିଛି ସହରରେ ଟମାଟୋ ଦାମ୍‌ ଦେଢ଼ ଶହ ଟଙ୍କା ପାର କରିଛି । ବିଶାଖାପାଟଣାରେ ଦାମ୍‌ ରହିଛି ୧୬୦ ଟଙ୍କା । ସିଲିଗୁଡ଼ିରେ ୧୫୫, ଉତ୍ତରପ୍ରଦେଶ ମୋରଦାବାଦରେ ଟମାଟୋ କିଲୋ ପ୍ରତି ଦାମ୍‌ ୧୫୦ ଟଙ୍କା ରହିଛି । କୋଲକାତାରେ ୧୪୮ ଟଙ୍କା ଓ ଦିଲ୍ଲୀରେ ଟମାଟୋ ଦାମ୍‌ ରହିଛି ୧୧୦ ଟଙ୍କା । ଦୁଇ ସପ୍ତାହ ହେବ ଟମାଟୋ ଦର ଆକାଶଛୁଆଁ ହୋଇଛି । ଗତ ସପ୍ତାଗରେ କିଲେ ଟମାଟୋ ଶହେରୁ ୧୨୦ ଟଙ୍କାରେ ବିକ୍ରି ହେଉଥିଲା । ଚଳିତ ସପ୍ତାହରେ ଦାମ୍‌ ପାଖାପାଖି ୨୦-୩୦ ଟଙ୍କା ବଢ଼ିଛି । ଦରବୃଦ୍ଧି ଯୋଗୁ ହନ୍ତସନ୍ତ ହେଉଛନ୍ତି ଖାଉଟି ।

ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଓ ବିଳମ୍ବ ବର୍ଷା ଭଳି ବିଭିନ୍ନ କାରଣ ପାଇଁ ଟମାଟୋ ଉତ୍ପାଦନ କମିଛି । ଗତ ମାସରେ ଚାଷୀମାନେ ଟମାଟୋ କିଲୋ ପିଛା ୩ ରୁ ୫ ଟଙ୍କାରେ ବିକ୍ରି କରୁଥିବା ବେଳେ ହଠାତ୍ ଦର ବୃଦ୍ଧି ହୋଇଛି । ଉତ୍ପାଦିତ ଫସଲର ଦାମ୍ କମ୍ ରହୁଥିବାରୁ ଚାଷୀମାନେ ଟମାଟୋ ଫସଲ ପ୍ରତି ବିମୁଖ ହୋଇଥିଲେ । ଏହା ମଧ୍ୟ ବର୍ତ୍ତମାନ ସୃଷ୍ଟି ହୋଇଥିବା ସ୍ଥିତିର ଅନ୍ୟତମ କାରଣ ବୋଲି କୁହାଯାଉଛି । ବିଭିନ୍ନ ରାଜ୍ୟରେ ଟମାଟୋ ଯୋଗାଣ ହ୍ରାସ ପାଉଛି । ଜମିରେ ଯେଉଁ ଟମାଟୋ ଗଛ ଥିଲା ତାହା ମଧ୍ୟ ବର୍ଷାରେ ନଷ୍ଟ ହୋଇଯାଇଛି । ଉତ୍ପାଦନ ହ୍ରାସ ପାଉଥିବାରୁ ଏପରି ପରିସ୍ଥିତି ସୃଷ୍ଟି ହୋଇଥିବା କୁହାଯାଉଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.