୩୨ ଲକ୍ଷ ଟଙ୍କାରେ ବିକ୍ରି ହେଲା ୨୦୦ ବର୍ଷର ପୁରୁଣା ଚିଠି, କନିଆଁଙ୍କ ପାଇଁ ଲେଖାଯାଇଥିଲା ଚିଠି

ଆମେରିକାର ଏକ ରାଏବ କଲ୍କେସନ ହାଉସରେ କିନିଆଁ ଙ୍କୁ ଲେଖାଯାଇଥିବା ଏକ ଚିଠି ୩୨ ଲକ୍ଷ ଟଙ୍କାରେ ନିଲାମ ହୋଇଛି । ଗତ ୨୦୦ ବର୍ଷ ଧରି ଏହି ଚିଠିକୁ ଗୁପ୍ତ ଭାବେ ରଖାଯାଇଥିଲା ଏବଂ ପରିବାର ସଦସ୍ୟଙ୍କ ବ୍ୟତୀତ ଏହି ଚିଠି ବିଷୟରେ କାହାକୁ ବି ଜଣା ନଥିଲା ।

ଚିଠି ସମସ୍ତଙ୍କ ପାଇଁ ସ୍ୱତନ୍ତ୍ର ଥାଏ । ଚିଠିରେ ଭାବନାକୁ ବ୍ୟକ୍ତ କରାଯାଇଥାଏ । ତେଣୁ ଏହାକୁ ଯତ୍ନର ସହ ସମ୍ଭାଳି ରଖାଯାଇଥାଏ । କିନ୍ତୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଗୋଟିଏ ଚିଠିକୁ କିଣିବା ପାଇଁ ଲୋକଙ୍କ ଲମ୍ବା ଲାଇନ ଲାଗିଥିଲା । ଏବଂ ଚିଠିକୁ କିଣିବା ପାଇଁ ଲୋକେ ଲକ୍ଷ ଲକ୍ଷ ଟଙ୍କା ଦବାକୁ ପ୍ରସ୍ତୁତ ଥିଲେ । ଜଣେ ବ୍ୟକ୍ତି ନିଜ ପାଖ ପଡ଼ିଶାରେ ରହୁଥିବା ନୂଆ କନିଆଁକୁ ଏପରି ଚିଠି ଲେଖିଥିଲେ ଯେ ତାହା ବର୍ତ୍ତମାନ ନିଲାମ ହୋଇଛି । ଗତ ୨୦୦ ବର୍ଷ ଧରି ଏହି ଚିଠିକୁ ଗୁପ୍ତ ଭାବେ ରଖାଯାଇଥିଲା ଏବଂ ପରିବାର ସଦସ୍ୟଙ୍କ ବ୍ୟତୀତ ଏହି ଚିଠି ବିଷୟରେ କାହାକୁ ବି ଜଣା ନଥିଲା । ଆମେରିକାର ଏକ ରାଏବ କଲ୍କେସନ ହାଉସରେ କିନିଆଁ ଙ୍କୁ ଲେଖାଯାଇଥିବା ଏକ ଚିଠି ୩୨ ଲକ୍ଷ ଟଙ୍କାରେ ନିଲାମ ହୋଇଛି ।

ଆମେରିକାର ପ୍ରତିଷ୍ଠାତା ତଥା ଦେଶର ଦ୍ୱିତୀୟ ରାଷ୍ଟ୍ରପତି ଜନ ଆଡାମ୍ସଙ୍କ ଦ୍ୱାରା ଏହି ଚିଠି ଲେଖାଯାଇଥିବା ଜଣା ପଡ଼ିଛି । ଜନ୍‌ ଆଡାମ୍ସଙ୍କୁ ଦେଶର ଫାଉଡିଙ୍ଗ ଫାଦର ଭାବେ ମନେ ପକାଯାଏ । ତାଙ୍କୁ ଯେତେବେଳେ ୮୯ ବର୍ଷ ହୋଇଥିଲା ସେ ବୋଷ୍ଟନରେ ଥିବା ଏକ ଫାର୍ମ ହାଉସରେ ରହୁଥିଲେ । ଏବଂ ସେହି ସମୟରେ ହିଁ ସେ ଏହି ଚିଠି ଲେଖିଥିଲେ । ତାଙ୍କ ପଡ଼ୋଶୀରେ ଏକ ପରିବାର ରହୁଥିଲା । ସେହି ପରିବାରରେ ଏକ ଝିଅ ରହୁଥିଲେ ଯାହାଙ୍କ ନାମ ଏଲନ ମାରିଆ ବ୍ରେକେଟ ଥିଲା । ସେ ୧୯ ବର୍ଷର ହୋଇଥିବା ସମୟରେ ତାଙ୍କ ବିବାହ ହୋଇଥିଲା । ଆଡାମ୍ସ ତାଙ୍କୁ ଏତେ ଅଧିକ ଭଲ ପାଉଥିଲେ ଯେ, ଯେତେବେଳେ ଏଲନଙ୍କ ବିବାହ ହେଲା ସେତେବେଳେ ଆଡାମ୍ସ ଏଲନଙ୍କ ପାଇଁ ଏକ ସୁନ୍ଦର ଚିଠି ଲେଖିଥିଲେ ।

ଜନ ଆଡାମ୍ସ ଚିଠିରେ ଲେଖିଥିଲେ, ତାଙ୍କର ସବୁଠାରୁ ଭଲ ବନ୍ଧୁ ଜଜ୍‌ ପିଟର୍ସ ଏବଂ ତାଙ୍କ ବନ୍ଧୁ ମିସ ରବିନ୍‌ସନ୍‌ଙ୍କ ପରିବାର ସହିତ ଥିବା ଏଲନଙ୍କ ସମ୍ପର୍କକୁ ନେଇ ସେ ଖୁବ ଖୁସି ଅଛନ୍ତି । ଉଭୟଙ୍କୁ ଶୁଭକାମନା ଦେବା ସହ ଏଲନ ସବୁବେଲେ ଖୁସିରେ ରୁହନ୍ତୁ ବୋଲି ଆଡାମ୍ସ ଚିଠିରେ ଲେଖିଥିଲେ । ଆଡମ୍ସ, ଏଲନଙ୍କ ଭଲ ବନ୍ଧୁ ବୋଲି ଚିଠିରେ ପ୍ରକାଶ କରିଥିଲେ । ଚିଠି ଶେଷରେ ଆଡାମ୍ସ ନିଜ ଦସ୍ତଖତ ଦେଇଥିଲେ । ୧୮୨୪ ମସିହା ୧୪ ଡିସେମ୍ବରରେ ଏହି ଚିଠି ଲେଖାଯାଇଥିଲା ।

ଏହି ଚିଠି ଚମଡ଼ାରେ ନିର୍ମାଣ କରାଯାଇ ଏକ ବଡ଼ ଆଲବମରେ ରଖାଯାଇଛି । ଏଲନ ବ୍ରାକେଟ ଏବଂ ତାଙ୍କ ପରିବାର ସହ ଜଡ଼ିତ ଥିବା ୫୦ରୁ ଅଧିକ ବିଭିନ୍ନ ସ୍ମୃତି ଚିହ୍ନ ଏହି ଆଲବମରେ ସାମିଲ ରହିଛି । ଜନ୍‌ ଆଡାମ୍ସଙ୍କ ଚିଠି ସ୍ପଷ୍ଟ ଭାବେ ସବୁଠାରୁ ମୂଲ୍ୟବାନ ଏଥିରେ ସନ୍ଦେହ ନାହିଁ । ନିକଟରେ ଏହି ଆଲବମ ନିଲାମ ପାଇଁ ରଖାଯାଇଥିଲା ଏବଂ ରାଖାଯିବା ପରଦିନ ହିଁ ଏହି ଚିଠି ବିକ୍ରି ହୋଇଥିଲା । ଏହି ଚିଠିକୁ କିଏ କିଣିଛି ତାର ପରିଚୟ ଜଣା ପଡ଼ିନାହିଁ । କିନ୍ତୁ ରାଏବ କଲ୍କେସନର ନିଲାମଧାରୀ ନାଥନ ରାଓ କହିଛନ୍ତି ଯେ, ଏହି ପ୍ରକାର ଡକ୍ୟୁମେଣ୍ଟରେ ଆମେ ପୂର୍ବରୁ ରାଷ୍ଟ୍ରପତିଙ୍କ ଚିଠି ଦେଖିନାହୁଁ । ଆମେରିକା କ୍ରାନ୍ତିର ଫାୟରବ୍ରାଣ୍ଡ ନେତାମାନଙ୍କ ମଧ୍ୟରେ ଆଡମ୍ସ ସାମିଲ ଥିଲେ । ସମ୍ବିଧାନ ଦ୍ୱାରା ପରିଚାଳିତ ସରକାର ଭାବେ ସେ ସାରା ବିଶ୍ୱରେ ପରିଚିତ ଥିଲେ । ସେ ବହୁତ ରୋମାଣ୍ଟିକ ଥିଲେ ଏବଂ ଚିଠି ମାଧ୍ୟମରେ ସେ ତାଙ୍କ ଭାବନା ପ୍ରକାଶ କରୁଥିଲେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.