ଛେଳି ନେଲା ପ୍ରତିଶୋଧ: ମାନସିକ ରଖି ଛେଳି ବଳି ଦେଇଥିଲେ, ଆଉ ମାଂସ ଖାଇବା ବେଳେ ତଣ୍ଟିରେ ଛେଳି ଆଖି ଲାଖି ଚାଲିଗଲା ଜୀବନ

ଛେଳିର ଆଖି ତଣ୍ଟିରେ ଲାଖିଯିବାରୁ ଚାଲିଗଲା ବ୍ୟକ୍ତି ଜୀବନ । ମାନସିକ ରଖି ଛେଳି ବଳି ଦେଇଥିଲେ । ଆଉ ତା’ର ମାଂସକୁ ରାନ୍ଧି ଖାଇଥିଲେ । ଖାଇବା ବେଳେ ଚାଲିଗଲା ଜୀବନ । ଏମିତି ଘଟଣା ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁରେ ଘଟିଛି ।

ଆପଣ ମଧ୍ୟ ମନସ୍କାମନା କରି କେଉଁଠି ନା କେଉଁଠି ମାନସିକ ରଖିଥିବେ । ଆଉ ମାନସିକ ପୂରଣ ହେଲେ କେତେ କ’ଣ କରିବେ ବୋଲି କହିଥିଲେ । ଆଶା ପୂରଣ ହେଲେ ମନ୍ଦିରରେ ଛେଳିଟିଏ ବଳି ଦେବେ ବୋଲି ମାନସିକ ରଖିଥିଲେ ଛତିଶଗଡ଼ର ସୁରଜପୁର ଜିଲ୍ଲାର ମଦନପୁର ଗାଁର ବଗର ସାଇ (୫୦)। ଆଶା ପୂରଣ ହେବାରୁ ଗତ ରବିବାର ସେ ଗାଁ ଲୋକଙ୍କୁ ସାଙ୍ଗରେ ନେଇ ଯାଇଥିଲେ ଖୋପାଧାମ। ସେଠାରେ ପୂଜାର୍ଚ୍ଚନା ପରେ ଛେଳିଟିଏ ବଳି ଦିଆଯାଇଥିଲା। ଛେଳିକୁ ବଳି ଦେବା ପରେ ବନ୍ଧୁବର୍ଗଙ୍କୁ ଛେଳି ମାଂସ ଦେବା ପରେ ନିଜେ ମୁଣ୍ଡ ଖାଇବାକୁ ରଖିଥିଲେ ।

ବ୍ୟକ୍ତି ଜଣକ ଛେଳି ବଳି ଦିଆଯିବା ପରେ ତାଙ୍କ ସହିତ ଯାଇଥିବା ସାଙ୍ଗ ସହିତ ରୋଷେଇ କରିବାକୁ ଆସିଥିଲେ । ହେଲେ ଛେଳି ମୁଣ୍ଡକୁ ତରକାରୀ କରି ଖାଇବା ପୂର୍ବରୁ ସାଙ୍ଗ ସହିତ ମଦ ପିଇବାକୁ ଜିଦି କରିଥିଲେ ବ୍ୟକ୍ତି । ତା’ ପରେ ସାଙ୍ଗ ହୋଇ ମଦ ପିଇବାକୁ ଯାଇଥିଲେ । ଆଉ ମଦ ପିଇବା ସମୟରେ ଛେଳିର ଆଖି କଞ୍ଚା ଖାଇବାକୁ ଜିଦି ଧରିଥିଲେ । ସାଙ୍ଗ ଜଣକ ଯେତେ ମନା କରିବାରୁ ସେ ମାନି ନଥିଲେ । ମଦ ପିଇବା ବେଳେ ଛେଳିର ଆଖି ଖାଇବାକୁ ନେଇଥିଲେ । ମାଂସ ତରକାରୀ ସହିତ ସେ ଆଖିଟିକୁ ଖାଇବାକୁ ପାଟିରେ ପକାଇବା ମାତ୍ରେ ତାହା ତଣ୍ଟିରେ ଲାଖିଯାଇଥିଲା ।

ଆଖିଟି ତଣ୍ଟିରେ ଲାଖିଯିବାରୁ ଅନେକ ଚେଷ୍ଟା କରିବା ପରେ ତାହା ବାହାରକୁ ଆସିଲା ନାହିଁ। ଫଳରେ ସେ ଅଣନିଃଶ୍ୱାସୀ ହୋଇଗଲେ। ଗାଁ ଲୋକେ ସଙ୍ଗେ ସଙ୍ଗେ ତାଙ୍କୁ ଡାକ୍ତରଖାନାକୁ ନେଇ ଯାଇଥିଲେ। ତେବେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.